ଗଜପତି,୨୪/୪(ପ୍ରଭାତ କୁମାର ପାତ୍ର):ସରପଞ୍ଚ ମାନଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ଦିଆଯାଇ ଥିବା ବେଳେ ଆଜି ଗଜପତି ଜିଲ୍ଲାର ସରପଞ୍ଚ ମାନଙ୍କ ସହ ଭିଡ଼ିଓ କନଫରେନ୍ସରେ ମାଧ୍ୟମରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ସରପଞ୍ଚ ମାନଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ପ୍ରଦାନ କରିଥିବା ବେଳେ ଆଜି ଏହାର ଶପଥପାଠ କରାଇଛନ୍ତି। ସେହିପରି କରୋନାକୁ ପ୍ରତିରୋଧ କରିବା ପାଇଁ ସମସ୍ତ ସରପଞ୍ଚଙ୍କ ସହଯୋଗ କାମନା କରିଛନ୍ତି। ଏଥିପାଇଁ ଜିଲ୍ଲାର ୭ ଗୋଟି ବ୍ଲକରେ ସମସ୍ତ ପ୍ରସ୍ତୁତ କରାଯାଇଥିଲା।