କୁକୁଡାଖଣ୍ଡି, ୨୩/୦୪ (ଇ.ରଞ୍ଜନ) : ବେଆଇନ ମଦ ବେପାରକୁ କେନ୍ଦ୍ରକରି ନିମଖଣ୍ଡି ଫାଣ୍ଡି ଅନ୍ତର୍ଗତ ଚଣ୍ଡିପଦର ହରିଜନ ସାହିରେ ଏପ୍ରିଲ ୧୨ ତାରିଖ ମଧ୍ୟ ରାତ୍ରରେ ମଦ ଚଢଉବେଳେ କାଯ୍ୟରତ୍ତ ଏଏସଆଇ ଓ ଜଣେ ହୋମଗାର୍ଡଙ୍କୁ ଚୋରା ବେପାରୀ ମାନେ ମାଡ ମାରିଥିବା ଅଭିଯୋଗ ହୋଇଛି। ଆହାତ ଏଏସଆଇ ଓ ହୋମଗାର୍ଡଙ୍କୁ କୁକୁଡାଖଣ୍ଡି ଗୋଷ୍ଟୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିସ୍ଛା ପରେ ଉଭୟ ଭଲ ଥିବା ଜଣାପଡିଥିଲା । ଘଟଣାରୁ ପ୍ରକାଶ ଯେ ନିମଖଣ୍ଡି ଫାଣ୍ଡି ଅନ୍ତର୍ଗତ ଚଣ୍ଡିପଦର ହରିଜନ ସାହିରେ ଲକଡାଉନର ସୁଯୋଗ ନେଇ କିଛି ଚୋରା ବେପାରୀ ମଦ ବିକ୍ରି କରୁଥିଲେ।ଖବର ପାଇ ଫାଣ୍ଡି ଅଧିକାରୀ ଧୋବା ସ୍ବାଇଁ,ହୋମଗାର୍ଡ ଅଜୁ ସାହୁ ଙ୍କ ସହ ଟିମ ଉକ୍ତ ସାହିରେ ଚଢଉ କରିଥିଲେ।ଚଢଉ ସମୟରେ ଚୋରା ବେପାରୀ ମାନେ ପୋଲିସ ଉପରକୁ ଅତର୍କୀତ ଆକ୍ରମଣ କରିଥିଲେ ଫଳରେ ଏଏସଆଇ ଓ ଗୃହରକ୍ଷୀ ଆକ୍ରମଣରେ ଆହାତ ହୋଇଥିଲେ।ପରେ ସଦର ପୋଲିସ ଉକ୍ତ ଅଞ୍ଚଳ ଘେରାଉ କରି ଆକ୍ରମଣକାରୀ ଙ୍କୁ ଧରିବାକୁ ଉଦ୍ୟମ କରିଥିଲେ ।ଥାନାରେ ୧୧୨/୨୦ରେ ମାମଲା ରୁଜୁ ସହ ଆକ୍ରମଣକାରୀ ହରିହର ସାହୁ(୪୦),ଅଯୋଧ୍ୟା ଦାସ(୩୮)କୁ ଏହି ଦୁଇ ଜଣକୁ ୧୨ତାରିଖ ସନ୍ଧ୍ୟାରେ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ୩୦ ଜଣକଂ ନାରେ ମାମଲା ରୁଜୁ ହୋଇଥିଲା ଘଟଣାର ୧୦ ଦିନ ପରେ ବୁଧବାର ଅପରାହ୍ନରେ ମାମାଲା ଥିବା ବ୍ୟକ୍ତି ଗ୍ରାମରେ ଥିବା ଖବର ପାଇ ପୋଲିସ ଚଢଉ କରି ୧୦ଜଣଙ୍କୁ ଗିରଫ କରିଥିବା ସଦର ଏସଡିପିଓ ଜୟନ୍ତ ମହାପାତ୍ର ସୂଚନା ଦେଇଛନ୍ତି।ସଦର ଥାନା ଅଞ୍ଚଳ ବିଭିନ୍ନ ସ୍ଥାନରେ ବର୍ତମାନ ସୁଦ୍ଧା ଚୋରାରେ ମଦ ବିକ୍ରି ହେଉଥିବା ବେଳେ ପୋଲିସ ଓ ଅବକାରୀ ବିଭାଗ କାଯ୍ୟାନୁଷ୍ଟାନ ନେଉନାହିଁ।