ୟୁଥ ଅଫ କନ୍ଧମାଳ ଓ ଏମ ଏମ ସି ଟି ଟିମର ଯୁବ ସ୍ୱେଚ୍ଛାସେବୀଙ୍କ ଦ୍ୱାରା ସଫାଇ କର୍ମଚାରୀଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ

1012
ADVERTISEMENT

କନ୍ଧମାଳ ୨୧I୪(ସୁରେଶ କୁମାର ପଣ୍ଡା) : ୟୁଥ ଅଫ କନ୍ଧମାଳ ଓ ଏମ ଏମ ସି ଟି ଟିମର ଯୁବ ସ୍ୱେଚ୍ଛାସେବୀ ଭାଇମାନେ ଫୁଲବାଣୀ ର କିଛି ସଫାଇକର୍ମଚାରୀ ଭାଇ ଭଉଣୀ ମାନଙ୍କ ପାଖରେ ପହଂଚି ପରିଥିଲେ। ଯାହାକି ଅତ୍ୟନ୍ତ ପ୍ରସଂସନିୟ। ଆଜିର ଯୁବା କାଲିର ଭବିଷ୍ୟତ ତେଣୁ ଏହି ଯୁବା ପିଢ଼ି କୁ ମଜବୁତ କରିବା ଆମ ଦାଇତ୍ୟ । ଗତକାଲି ମଧ୍ୟ ଆମ ଯୁବଭାଇ ମନେ ଫୁଲବାଣୀର ବିଭିନ୍ନ ଜାଗାରେ ସଫାଇ କର୍ମଚାରୀ ଭାଇଭଉଣୀଙ୍କୁ କିଛି ଶୁଖିଲା ଖାଦ୍ୟ ଓ ସାନିଟାରୀ କୀଟ ଯୋଗାଇ ଥିଲେ।

ୟୁଥ ଅଫ କନ୍ଧମାଳ ଓ ଏମ ଏମ ସି ଟି ଟିମ ସଦସ୍ୟ ମାନେ ଫୁଲବାଣୀ ଟାଉନର ବ୍ଲକ କଲୋନୀ, ଅମାଳପଦ, ସଗଡିଆସହି, ଗୋପାଳସାହି ଓ ଜିରିଂପଡା ସଫାଇ କର୍ମଚାରୀ ଭାଇଭଉଣୀ ମାନଙ୍କୁ କିଛି ଶୁଖିଲା ଖାଦ୍ୟ ଓ ସାନିଟାରୀ କୀଟ ଯୋଗାଇ ଥିଲେ। ଯୋଉ ଭାଇ ଭଉଣୀ ମନେ ଆମ ଅଂଚଳକୁ ସଫା ରଖିବାର ଦାୟିତ୍ୟ ରେ ଅଛନ୍ତି ,ଯେଉଁମାନେ କି ଏହି ଦୁର୍ଦ୍ଧିନ ପରିସ୍ଥିତିରେ ମଧ୍ୟ ନିଜ କର୍ତବ୍ୟ କରିବାକୁ ପଛାଇ ନାହାନ୍ତି , ଯେଉଁମାନେ କି ସବୁବେଳେ ପରଦାର ଆଢୁଆଳରେ ରହିଯାନ୍ତି, ଯେଉଁମାନଙ୍କୁ ସମାଜ ସବୁଠାରୁ ତଳ ସ୍ତରରେ ରଖିଥାଏ, ଯେଉଁମାନେ କି ନିଜ କାର୍ଯ ଅନୁସାରେ ଉଚିତ ପ୍ରାପ୍ୟ ପାଇନଥାନ୍ତି, ସେଇ ଭାଇ ଭଉଣୀ ମାନଙ୍କ ପାଖରେ ଆଜି ପହଂଚିବାର ସୁଯୋଗ ପାଇଥିବାରୁ ନିଜକୁ ଧନ୍ୟମନେ କରୁଛୁ।

ଆଜିର ଏହି ଛୋଟିଆ ଚେଷ୍ଟାକୁ ସାର୍ଥକ କରିଥିବା ଆମ ପ୍ରିୟ ଯୁବା ସେସ୍ଛାସେବୀ ଭାଇମାନେ ହେଲେ ଅଂଶୁମାନ ପ୍ରିୟଦର୍ଶନ (ସଭାପତି ୟୁଥ ଅଫ କନ୍ଧମାଳ), ପ୍ରତ୍ୟୁଷ ଦିଗାଲ, ମନଜୀତ ସିଂ, ଗୌତମ ହଂସ, ବିମଳ ସିଂ ଓ ସଂଜୀତ ଦାଶ ପ୍ରତ୍ୟକ୍ଷ ତତ୍ୟାବଧାନରେ ସୁନ୍ଦର ଭାବରେ ଏହି କାର୍ଯକ୍ରମ ସମ୍ପାଦନ ହୋଇଥିବାରୁ ସୁସ୍ମିତା ପ୍ରଧାନ ଏମଏମସିଟିର ଅଧକ୍ଷା ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରି ଉତ୍ସାହିତ କରି କହିଛନ୍ତି ଯେ,”ଫୁଲବାଣୀର ଏହି ସକ୍ରିୟ ଯୁବସମାଜକୁ ଏହିପରି ଆଗକୁ ଅନେକ ବଢିବାକୁ ସମସ୍ତଙ୍କର ଉତ୍ସାହ,ଆଶୀର୍ବାଦ ଓ ପ୍ରାର୍ଥନା କାମନା କରୁଛୁ।” ଘରେ ରହନ୍ତୁ ,ସ୍ବାସ୍ତ୍ୟ ରୁହନ୍ତୁ,ବାରମ୍ବାର ହାତ ଧୁଅନ୍ତୁ। କୋରନଠୁ ଦୁରେଇ ରହିବ ପାଇଁ ନିଜକୁ ସତର୍କ ରଖି ସରକାରଙ୍କର ସମସ୍ତ ନୀତି ନିୟମକୁ ମାନି ସହଯୋଗ କରନ୍ତୁ।

Advertisement