ପାତ୍ରପୁର, ୨୨/୦୪ (ଋଷିକେଶ ବେହେରା) : କରୋନାର କାୟା ବିସ୍ତାର ହେଉଥିବା ବେଳେ ବାହାର ଦେଶ, ରାଜ୍ୟ କିମ୍ବା ଜିଲ୍ଲାରୁ କେହି ଅଚିହ୍ନା ଲୋକ ଅଞ୍ଚଳକୁ କିମ୍ବା ଗ୍ରାମକୁ ଆସିଲେ ଛାତିରେ ଛନକା ପଶେ । ଏଭଳି ଏକ ଘଡି ସନ୍ଧି ମୁହୂର୍ତ୍ତରେ ଜଣେ ଅଚିହ୍ନା ମହିଳା ଆସି ପାତ୍ରପୁର ବ୍ଲକ କେଲୁହା ଗ୍ରାମରେ ଚିନ୍ତାର କାରଣ ସାଜିଛି । ଏହି ମହିଳା ଜଣକୁ ସୋମବାର ରାତ୍ର ୧୦ ଟା ବେଳକୁ କେଲୁଆ ସ୍ଥିତ ଯାତ୍ରୀ ବିଶ୍ରମାଗାର ରେ ରହିଥିବା ଦେଖିବାକୁ ମିଳିଥିଲା । କେଲୁଆ-୨ ସେଣ୍ଟରର ଅଙ୍ଗନୱାଡ଼ି କର୍ମୀ ଝୁନୁ ପ୍ରଧାନ ଓ କଳା ଶିକ୍ଷକ ସ୍ଵପ୍ନେଶ୍ୱର ପ୍ରଧାନ ସରପଞ୍ଚ ମାନଙ୍କୁ ଜିଲ୍ଲାପାଳ କ୍ଷମତା ଦିଆଯାଇଥିବାରୁ ପଦାଦିଗି ପଞ୍ଚାୟତର ସରପଞ୍ଚକୁ ଓ ପ୍ରଶାସନିକ ଅଧିକାରୀ ମାନଙ୍କୁ ଖବର ଦେଇଥିଲେ । ସରପଞ୍ଚଙ୍କ ସହ ପ୍ରଶାସନିକ ଅଧିକାରୀ ମାନଙ୍କ ସହ ଯୋଗାଯୋଗ କରି ମଧ୍ୟରାତ୍ରରେ ଅଚିହ୍ନା ମହିଳାଙ୍କୁ ଆମ୍ବୁଲାନ୍ସ ଯୋଗେ ପଦାଦିଗି କରେଣ୍ଟାଇନ୍ ରୁମ୍ ରେ ନେଇ ରଖିଥିଲେ । ଅଚିହ୍ନା ମହିଳା ଜଣକ ହିନ୍ଦୀ ଭାଷାରେ କଥାବାର୍ତ୍ତା କରୁଥିବା ବେଳେ, କଥାବାର୍ତ୍ତା ରୁ ଜଣେ ମସ୍ତିସ୍କ ବିକୃତ ଥିବା ଅନୁମାନ କରାଯାଉଛି।