କରୋନା ପାଇଁ ଜନସମ୍ପର୍କ ଶିବିର କାର୍ଯ୍ୟକ୍ରମକୁ ସରପଞ୍ଚଙ୍କ ପ୍ରଶଂସନୀୟ ପଦକ୍ଷେପ

481
ADVERTISEMENT

ବାଲିଗୁଡ଼ା, (କନ୍ଧମାଳ)୨୦/୦୪(ଟିକି ଦଣ୍ଡିଆଙ୍କ/ସୁରେଶ କୁମାର ପଣ୍ଡା) : ତୁମୁଡ଼ିବନ୍ଧ ବ୍ଲକରେ କରୋନା ପାଇଁ ଜନସମ୍ପର୍କ ଶିବିର କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ଏହି କାର୍ୟ୍ୟକ୍ରମ ସିଆରପିଏଫ ୧୨୭ ବାଟାଲିୟନ କନ୍ଧମାଳ ଆୟୋଜନ କରିଥିଲେ ତୁମୁଡ଼ିବନ୍ଧରେ ପ୍ରତି ଘରେ ଘରେ ଏକ ହଜାରରୁ ଅଧିକ ଲୋକଙ୍କୁ ହାତ ସଫା ପାଇଁ ସାନିଟାଇଜେର, ରକ୍ତ ଆସିବା ପାଇଁ ଟନିକ ଦେବା ସହ ଭିଟାମିନ ଟନିକ ମଧ୍ୟ ଦିଆଯାଇଥିଲା I ତୁମୁଡ଼ିବନ୍ଧ ସରପଞ୍ଚ ମୟନ୍ତି ପାଟମାଝି ଏହି ଶିବିର ଯୋଗଦେଇ ପ୍ରଥମେ ମାନ୍ୟବର ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ ସିଆରପିଏଫ ଯବାନଙ୍କୁ ମଧ୍ୟ୍ୟ ଏଭଳି ପଦକ୍ଷେପ ନେଇଥିବାରୁ ଧନ୍ୟବାଦ ଦେବାସହ ଲୋକଙ୍କୁ କରୋନା ପାଇଁ ସଚେତନତା କରିବା ସହ ଔଷଧ ବଣ୍ଟନରେ ସହଯୋଗ କରିଥିଲେ ଲୋକଙ୍କୁ ଆଧାର କାର୍ଡ ଜରିଆରେ ଔଷଧ ବଣ୍ଟନ ହୋଇଥିଲା କରୋନା ହାରିବ ଦେଶ ଜିତିବ ଏନେଇ ନାରା ଦେଇଥିଲେ ସିଆରପିଏଫ କାମାନଡ଼େଣ୍ଡ ଜି. ରାମ କୁମାର I

Advertisement