ବିଶାଖାପାଟଣା କୋଲକତା ପାଦଚଲା ଲୋକଙ୍କୁ ଅଟକରଖି ତଦନ୍ତ

289
ADVERTISEMENT

ବ୍ରହ୍ମପୁର, ୧୮/୦୪ (ଇ.ରଞ୍ଜନ) : ସାରା ବିଶ୍ୱରେ ମହାମାରି କରୋନା ମୁଣ୍ଡନେବା ପାଇଁ ଚାଇଁ ବସିଥିବା ବେଳେ କରୋନା ପାଇଁ ପ୍ରଶାସନ ଓ ସରକାର ଲୋକଙ୍କ ସୁରକ୍ଷା ଦୃଷ୍ଟିକୁ ନେଇ ଲକ୍‌ଡାଉନ୍‌ ସର୍ଟଡାଉନ କରି ରୋଗକୁ ବାଧକ ସାଜିଛନ୍ତି l ଏହି ପରିପ୍ରେକ୍ଷୀରେ ସର୍ବସାଧାରଣଙ୍କୁ ଘରେ ରୁହ ସୁରକ୍ଷିତ ରୁହନ୍ତୁ ଏଭଳି ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ପନ୍ଥା ଆପଣାଇ ଥିଲେ ମଧ୍ୟ କିଛି ଲୋକେ ମାନୁଥିବା ବେଳେ ବାହାର ରାଜ୍ୟରେ ବିଭିନ୍ନ ଘୋରଇ କମ୍ପାନୀ ମାନଂକୁ କର୍ମଚାରୀଙ୍କୁ ମଜୁରୀ ସହ ଖାଇବା ଦେଇ ଲକ୍‌ଡାଉନ୍‌ ଶେଷପର୍ଯ୍ୟନ୍ତ ରଖିବା ନିର୍ଦେଶ ରହୁଥିଲେ ମଧ୍ୟ କମ୍ପାନୀ ମାନେ ଏହାର ଖିଲାପ ଯୋଗୁଁ ବିଭିନ୍ନ ରାଜ୍ୟରେ ଦାଦନ ଯିବା କର୍ମଚାରୀ ମାନେ ନିଜଅଞ୍ଚଳକୁ ଫେରିଯିବାକୁ ଅନ୍ବେଇଚ୍ଛା ସ୍ୱତେ ବି ବହୁ ଦୂରଦୁରନ୍ତକୁ ଯିବା ନିମନ୍ତେ ପାଦକୁ ଏକପ୍ରକାର ଯାନ ଭାବି ଚାଲିଆସୁଥିବା ଦେଖାଦେଇଛି l

ଆଜି ଏକ ଦୃଶ୍ୟ ଲାଞ୍ଜିପଲ୍ଲୀ ବାଇପାଶ ଦେଇ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ କାର୍ଯ୍ୟକରୁଥିବା ପଶ୍ଚିମବଙ୍ଗର କୋଲକାତା ଅଭିମୁଖେ ପ୍ରାୟ ୧0ରୁ ଉର୍ଦ୍ଧ ଶ୍ରମିକ ଯାଉଥିବା ସମୟରେ ସେଠାରେ ଉପସ୍ଥିତ ପୋଲିସ କର୍ମଚାରୀ ମାନେ ସେମାନଙ୍କୁ ଅଟକ ରଖି ପଚାରିବୁଝିବା ସହ କିଛି ଖାଇବା ପଦାର୍ଥ ଯୋଗାଇ ଦେଇଥିଲେ l

Advertisement