ଡାକ କର୍ମଚାରୀଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ

198
Image for representational purpose only
ADVERTISEMENT

ନୂଆଦିଲ୍ଲୀ, ୧୮/୦୪ (ଡିଏଚ) : ଡାକ କର୍ମଚାରୀମାନେ କାର୍ୟ୍ୟରତ ଅବସ୍ଥାରେ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇ ଯଦି ପ୍ରାଣ ହରାନ୍ତି ତେବେ ସେମାନଙ୍କୁ ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ମିଳିବ । ଡାକ ବିଭାଗ ଅତ୍ୟାବଶ୍ୟକ ସେବାର ଅନ୍ତର୍ଭୁକ୍ତ ହୋଇଥିବାରୁ ଏହାର କର୍ମଚାରୀମାନେ କରୋନା ସଂକ୍ରମଣ କାଳରେ ବିଭିନ୍ନ ଡାକସେବା ସହ ଏହି ବ୍ୟାଧିର ଚିକିତ୍ସା ଓ ନିରାକରଣରେ ବ୍ୟବହୃତ ହେଉଥିବା ଔଷଧ ସାମଗ୍ରୀ/ପାର୍ସଲ ଆଦି ବାଣ୍ଟୁଛନ୍ତି ।

ଏହି ଦାୟିତ୍ୱ ନିର୍ବାହନ କାଳରେ ସେମାନେ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହେବାର ସମ୍ଭାବନା ରହିଛି । ତେଣୁ ଏଭଳି ସ୍ଥିତିରେ ଯଦି କୌଣସି ଡାକ କର୍ମଚାରୀଙ୍କର ମୃତ୍ୟୁ ଘଟେ ସେମାନଙ୍କୁ ପ୍ରତ୍ୟେକ ୧୦ ଲକ୍ଷ ଟଙ୍କା ଲେଖାଏଁ କ୍ଷତିପୂରଣ ଦିଆଯିବ । ଉଭୟ ଗ୍ରାମୀଣ ତଥା ଅନ୍ୟାନ୍ୟ ଡାକ କର୍ମଚାରୀମାନେ ଏହି ସୁବିଧା ପାଇବେ । ଏଥିପାଇଁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି ହୋଇଛି । ଏହି ନିର୍ଦ୍ଦେଶାବଳୀ ତୁରନ୍ତ ଲାଗୁ ହେବା ସହିତ କରୋନା ସଂକ୍ରମଣ କାଳ ପର୍ୟ୍ୟନ୍ତ ଏହା ଅବ୍ୟାହତ ରହିବ ।

ଡାକ କର୍ମଚାରୀ ଏବଂ ଗ୍ରାମାଞ୍ଚଳରେ ସବୁ ଡାକଘର ଓ ଗ୍ରାମୀଣ ଡାକସେବକ ନିଜର କର୍ତ୍ତବ୍ୟ ପାଳନ ଅବସରରେ ଅତ୍ୟାବଶ୍ୟକ ସେବା ଯୋଗାଇବା ସହ କୋଭିଡ-୧୯ ସଂକଟ କାଳରେ ଏକ ବଡ ସାମାଜିକ ଦାୟିତ୍ୱ ନିର୍ବାହ କରୁଛନ୍ତି । ସେ ଦୃଷ୍ଟିରୁ ସେମାନଙ୍କୁ କ୍ଷତିପୂରଣ ପ୍ରଦାନ କରାଯିବାର ଯଥାର୍ଥତା ରହିଥିବା ଅନୁଭବ କରିବା ପରେ ସରକାର ଏହି ପଦକ୍ଷେପ ନେଇଛନ୍ତି ।

Advertisement