

କୁକୁଡାଖଣ୍ଡି,୧୭/୦୪ (ସାହେବ ନାୟକ) : ରାଜ୍ୟ ସରକାର ମାସ୍କ ପିନ୍ଧିବା ବାଧ୍ୟତା ମୂଳକ କରିଥିବା ବେଳେ ଗ୍ରାମ୍ୟଞ୍ଚଳରେ ମାସ୍କ ପିନ୍ଧିବା କଷ୍ଟକର l ଓଡିଶା ରାଜ୍ୟ ପୁରୁଷ ବହୁମୁଖୀ ସ୍ୱାସ୍ଥ୍ୟକର୍ମୀ ସଂଘର ସାଧାରଣ ସମ୍ପାଦକ ଶ୍ରୀ ରବୀନ୍ଦ୍ର ନାଥ ପ୍ରଧାନଙ୍କ ଉଦ୍ୟମରେ ମହୁଡା ଗ୍ରା:ପ ଅନ୍ତର୍ଗତ ଚାକୁଣ୍ଡl ଝୋଲା ଗ୍ରାମର ଲୋକଙ୍କୁ ପ୍ରତ୍ୟେକ ଘରକୁ ମାଗଣାରେ ମାସ୍କ ପ୍ରଦାନ କରାଯିବା ସହିତ କିଶୋରୀ ବାଳିକା ମାନଙ୍କୁ ମାଗଣାରେ ନାପକିନ ଦିଆଗଲା l ଚାକୁଣ୍ଡl ଝୋଳl ଗାଁ କଲ୍ୟାଣ ସମିତିର ସହଯୋଗରେ ସରପଞ୍ଚ ଶ୍ରୀ ସଞ୍ଜୟ ସାହୁ, ସ୍ୱାସ୍ଥ୍ୟକର୍ମୀ ଶ୍ରୀମତୀ କିରଣ କୁମାରୀ ପଟ୍ଟନାୟକ, ଆଶା କର୍ମୀ ଅନୀତା ଗୌଡ଼, ଅଙ୍ଗନବାଡି କର୍ମୀ ନୟନୀ ମଲ୍ଲିକ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଲୋକଙ୍କୁ ମାସ୍କ ପିନ୍ଧିବା, ସାବୁନ ରେ ହାତ ଧୋଇବା, ସାମାଜିକ ଦୂରତା ରକ୍ଷାକରିବାକୁ ଲୋକଙ୍କୁ ପରାମର୍ଶ ଦେଇଥିଲେ l
