ଦୁର୍ଗମ ଅଞ୍ଚଳକୁ ଯାଇ ଆଦିବାସୀ ମାନଙ୍କ କରୋନା ସ୍ଥିତି ବୁଝିଲେ ପାତ୍ରପୁର ବି. ଡି.ଓ ପ୍ରକାଶ ଦାସ

247
PC: discoverchikiti
ADVERTISEMENT

ପାତ୍ରପୁର, ୧୬/୦୪ (ଡ଼ିଏଚ) ; ସାରା ବିଶ୍ବରେ ଆତଙ୍କ ସୃଷ୍ଟି କରିଛି କରୋନା ଭୁତାଣୁ । ଏହାର ମୁକାବିଲା ପାଇଁ ଦେଶ ରାଜ୍ୟର ସମସ୍ତ ପ୍ରଶାସନିକ ଅଧିକାରୀ ମାନେ ଦିନ ରାତି ଏକ କରି କାର୍ଯ୍ୟରେ ଲାଗି ପଡିଛନ୍ତି । ଏପରି ସ୍ଥିତିରେ ପାତ୍ରପୁର ବ୍ଳକର ଦୁର୍ଗମ ଅଞ୍ଚଳ ଆଙ୍କୁଲି ପଂଚାୟତର ରାଇଖାଲ, ଧାନବାଡ଼, ଆଙ୍କୁଲି , ତିତିରିଶିଙ୍ଗି, ବୁରାତାଲ ପଂଚାୟତର କୁରୁଗୁଡ଼ ଗ୍ରାମରେ ବି. ଡି.ଓ ପ୍ରକାଶ ଦାସ ପହଞ୍ଚି ସେଠାକାର ସ୍ଥିତି ପରଖିବା ସହିତ କରୋନା ମହାମାରୀରୁ ବଞ୍ଚିବା ଲାଗି ସାମାଜିକ ଦୂରତ୍ବ ରକ୍ଷା କରି କାର୍ଯ୍ୟ କରିବାକୁ ଆଦିବାସୀ ମାନଙ୍କୁ ଅନୁରୋଧ କରି ସଚେତନ ରହିବାକୁ ପରାମର୍ଶ ଦେଇଥିଲେ ।

ସରକାରଙ୍କ ପକ୍ଷରୁ ଦିଆ ଯାଉଥିବା ଆଗୁଆ ତିନି ମାସ ପାଇଁ ରାସନ୍ ସାମଗ୍ରୀ , ହଜାର ଟଙ୍କା , ଆଗୁଆ ଦିଆଯାଉଥିବା ଚାରି ମାସ ପାଇଁ ଭତ୍ତା ଆଦି ସରକାର ଙ୍କ ବିଭିନ୍ନ ଯୋଜନା ସେମାନଙ୍କ ଠାରେ ପହଞ୍ଚିଛି କି ନାହିଁ ଲୋକ ମାନଙ୍କୁ ପଚାରି ବୁଝିଥିଲେ । ଏହି ସମସ୍ତ ଯୋଜନା ପାଇଥିବା ନେଇ ବିଡ଼ିଓ ଙ୍କୁ ଗ୍ରାମବାସୀ ମାନେ କହିଥିଲେ । ବିଡ଼ିଓ ପ୍ରକାଶ ଦାସ ଆଦିବାସୀ ଗ୍ରାମ ମାନଙ୍କରେ ଆଦିବାସୀ ପିଲା ମାନଙ୍କୁ ବିସ୍କୁଟ ବାଣ୍ଟିଥିଲେ ।

Advertisement