କୋଟପାଡ,୧୭/୪,(ସୁନୀଲ କୁମାର ଦାଶ);କୋରାପୁଟ ଜିଲ୍ଲା କୋଟପାଡ ବୟନ ଶିଳ୍ପକୁ ନେଇ କୋରାପୁଟ ଜିଲ୍ଲା ବିଶ୍ଵ ଦରବାରରେ ବେଶ ପରିଚିତ ଏଠାକାର ହସ୍ତତନ୍ତ ସାମଗ୍ରୀ ସ୍ବତନ୍ତ୍ର ଚାହିଦା ବଜାରରେ ରହିଛି। ଦେଶ ଏବଂ ଦେଶ ବାହାରେ ମଧ୍ୟ କୋଟପାଡର ହସ୍ତତନ୍ତ ବସ୍ତ୍ରକୁ ଲୋକେ ବହୁଳ ପରିମାଣରେ ବ୍ୟବହାର କରିଥାନ୍ତି ବୟନ ଶିଳ୍ପ ଉପରେ କୋଟପାଡର ଶହ ଶହ ପରିବାର ନିର୍ଭରଶୀଳ ତେବେ ଲୋକ୍ ଡାଉନ୍ ଯୋଗୁଁ ଏହି କ୍ଷେତ୍ରରେ ବିଶେଷ ଭାବରେ ପ୍ରଭାବିତ କରିଛି। ବଜାର ବନ୍ଦ ରହିଛି ହସ୍ତତନ୍ତ ପାଇଁ କଞ୍ଚାମାଲ ଉପଲବ୍ଧ ହୋଇପାରୁ ନାହିଁ କୋଟପାଡରେ ସୁତାରେ ରଙ୍ଗ ଦେବା ପାଇଁ ଆଲ ଗଛର ଚେର ଆବଶ୍ୟକ ପଡିଥାଏ କିନ୍ତୁ ସେଇଟା ବର୍ତ୍ତମାନ କଳାହାଣ୍ଡି ଜିଲ୍ଲା ରେ ହିଁ ଉପଲବ୍ଧ ଲୋକ୍ ଡାଉନ୍ ଯୋଗୁଁ ବନ୍ଦ ରହିବାରୁ କଞ୍ଚାମାଲ ଆସିପାରୁ ନାହିଁ। ଏଠାକାର କପଡା, ଶାଢ଼ୀ ଇତ୍ୟାଦି ସରକାରୀ ସ୍ତରରେ ବୟନିକା ବା ଅନ୍ୟାନ୍ୟ ସ୍ତାନରେ ନେଇଥାନ୍ତି କିନ୍ତୁ ସବୁ ବନ୍ଦ ରହିବା କାରଣରୁ ଏଠାକାର ବୁଣାକାର ମାନଙ୍କୁ ଚଳିବାରେ ଅସୁବିଧା ହୋଉଛି। ସେପଟେ ଏମାନଙ୍କ ବର୍ତ୍ତମାନ ଆର୍ଥିକ ସମସ୍ୟା ମଧ୍ୟ ଦେଖା ଦେଇଥିବା କିଛି ବୁଣାକାର ପ୍ରକାଶ କରିଛନ୍ତି ଏପରି ସ୍ଥଳେ ପୁଣି ଲୋକ୍ ଡାଉନ୍ ଅବଧି ବୃଦ୍ଧି ଏହି ବୁଣାକାର ପରିବାର ବର୍ଗଙ୍କୁ ଅଧିକ ଚିନ୍ତାରେ ପକାଇଛି। ଆର୍ଥିକ ସଙ୍କଟ ଦେଇ ଗତି କରୁଥିଲେ ମଧ୍ୟ ସରକାର ଏପର୍ଯ୍ଯନ୍ତ ସହାୟତା ଘୋଷଣା କରିନାହାଁନ୍ତି। ଏହାକୁ ନେଇ ଏମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।।