ବୋରିଗୁମ୍ମା,୧୭/୪,(ଦୟାନିଧି ପଟ୍ଟନାୟକ):ମହାମାରି କରୁଣାକୁ ଆଖି ଆଗରେ ରଖି ଦିନକୁ ଦିନ ସରକାର ଲକଡାଉନ କଡା କଡ଼ି କରୁଥିବା ବେଳେ ଘରୁ ଵାହାରୁକୁ ବାହାରିଲେ ମାସ୍କ ପିନ୍ଦି ବାହାରିବେ !ବିନା ମାସ୍କରେ ଘରୁ ବାହାରିଲେ ଜୋରିମାନା ଦେବାକୁ ପଡିବ ବୋଲି ପୋଲିସ ଓ ପ୍ରଶାସନ ଦ୍ୱାରା ବାରମ୍ବାର ଅନୁରୋଧ କରିବା ସର୍ତ୍ତେ ମଧ୍ୟ କିଛି ଅମାନିଆ ବ୍ୟକ୍ତି ଵଜାରରେ ମାସ୍କ ନ ପିନ୍ଧି ଗାଡି ଚଳାଇବାର ଦେଖବାକୁ ମିଳିଥିଲା I

ତେଣୁ ଆଜି କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ନିକସ୍ଥିତ ଥିବା ଅସ୍ଥାୟୀ ବଜାର ଠାରେ ବହୁତ ଜନ ଗହଳି ଓ ମାସ୍କ ନ ପିନ୍ଧି ବୁଲୁଥିବା ସମୟରେ ଆଜି ସକାଳ ୯ ଘଣ୍ଟା ସମୟରେ ବୋରିଗୁମ୍ମା ତହସିଲଦାର ଶ୍ରୀ ସଂଜୀବ କୁମାର ସାହୁ ଓ ପୋଲିସ କର୍ମଚାରୀଙ୍କ ଉପସ୍ଥିତରେ ମାସ୍କ ନ ପିନ୍ଧିନଥିବା କେତେକ ବ୍ୟକ୍ତିଙ୍କ ପାଖରୁ ୨୦୦ ଟଙ୍କା ଫାଇନ ଆଦାୟ କରିଥିବା ଦେଖିବାକୁ ମିଳିଛି ଆଜି ପୂର୍ବାହ୍ନ୍ନ ସୁଧା ୪୩ ବ୍ୟକ୍ତିଙ୍କ ଠାରୁ ୮୬୦୦ଟଙ୍କା ଆଦାୟ ହୋଇଥିବା ଓ ଶ୍ରୀ ତହସିଲଦାର ସମସ୍ତଙ୍କୁ ଅନୁରୋଧ କରିଥିଲେ କୋଣସି କାମ ନ ଥିଲେ ଘରୁ ଵାହାରକୁ ବାହାରନ୍ତୁ ନାହିଁ, ମାସ୍କ ଓ ସାମାଜିକ ଦୁରତା ରକ୍ଷା କରନ୍ତୁ !