ବାଲେଶ୍ଵର,୧୭/୪,(ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଖଇରା ଠାରେ ଥିବା ଜନଜାଗରଣ ମଞ୍ଚର କର୍ମକର୍ତ୍ତାମାନେ ବ୍ଲକର ବିଭିନ୍ନ ଗ୍ରାମରେ ବୁଲି ବୁଲି ଲୋକମାନଙ୍କୁ ମହାମାରି କରୋନାରୁ ରକ୍ଷା ପାଇବା ପାଇଁ ସଚେତନ କରୁଛନ୍ତି । ପ୍ରଥମେ ସୁଣ୍ଢିରାଗଣ୍ଡିବେଡ ଠାରୁ ଆରମ୍ଭ ହୋଇ ନଛିପୁର, ପଳସା, ମଳିହା, ଗୋଳିହା, ପଥରାଜପୁର, ମନୋହରପୁର,ଖଣ୍ଡପଡା,ମୁହଁ ଚୁଆଁ,ଅମରିଆ-ଅଗ୍ନିପୁର, ଖଇରା,ନହଙ୍ଗ,ଅର୍ଜୁନପୁର ଓ ଅଲିପୁର ଗ୍ରାମର,ଗରିବ, ଖଟିଖିଆ, ମେହନତୀ ମଣିଷ, ହରିଜନ ଏବଂ ଆଦିବାସୀ ଭାଇଭଉଣୀଙ୍କ ମଧ୍ୟରେ କରୋନା ମହାମାରି ମୁକାବିଲା କରିବା ପାଇଁ ମହା ଔଷଧ ଦୃଢ ମନୋବଳ ସହ ସାମାଜିକ ଦୂରତା, ନିଜଘରେ ରହଣି ସହ ଈଶ୍ବରଙ୍କୁ ପ୍ରାର୍ଥନା କରିବା ଏବଂ ମହାଭାରତୀୟ ମନ୍ତ୍ରରେ ଅଭିମନ୍ତ୍ରୀତ ହେବାପାଇଁ ସଚେତନ ବାର୍ତ୍ତା ଦେଇ ସାବୁନ୍ ଓ ମାକ୍ସ ପ୍ରଦାନ କରୁଛନ୍ତି । ୬ ଦିନ ଧରି ଏହି କାର୍ଯ୍ୟକ୍ରମ ଚାଲିଛି । ମଞ୍ଚର ସଭାପତି ଉମେଶ ଚନ୍ଦ୍ର ନାୟକ, ସମ୍ପାଦକ ନିରଞ୍ଜନ ବେହେରା, କୃଷ୍ଣଚନ୍ଦ୍ର ପତ୍ରୀ,ବୁଦ୍ଧିରାମ ପାଣିଗ୍ରାହୀ,ପଣ୍ଡିତ କୈଳାସ ପୃଷ୍ଟି, ଖଇରା ସରପଞ୍ଚ ସୁଦର୍ଶନ ସେଠୀ, ମାୟାଧର ନାୟକ, ମଧୁସୂଦନ ରାଉଳ, ସାମ୍ବାଦିକ ନରେନ୍ଦ୍ର ପ୍ରସାଦ ବେହେରା, ପଦ୍ମଲୋଚନ ଦାସ,କୈଳାସ ଚନ୍ଦ୍ର ଦାସ, ଉତ୍କଳ ବନ୍ଧୁ ପଣ୍ଡା, ତୁଷାରକାନ୍ତ ବାରିକ, ବଳରାମ ଲେଙ୍କା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାମିଲ ଥିଲେ ।