ଅନଶନ ଚେତାବନୀ ଦେଲେ ନୀଳଗିରିର ପୂର୍ବତନ ବିଧାୟକ

344
ADVERTISEMENT

ବାଲେଶ୍ଵର,୧୭/୪,(ନରେନ୍ଦ୍ର ପ୍ରସାଦ ବେହେରା)-ବାଲେଶ୍ଵର ଜିଲ୍ଲା ନୀଳଗିରି ଉପଖଣ୍ଡରେ ରେସନ ସାମଗ୍ରୀ ପାଇବାରେ ବଞ୍ଚିତ ଗରିବ ହିତାଧିକାରୀମାନେ କେବେ ପାଇବେ ସେମାନଙ୍କର ପ୍ରାପ୍ଯ । ଆଉ ସରକାରଙ୍କ ଯୋଜନାର ଲାଭ କେବେ ପାଇବେ ଗରିବ ପରିବାର ।ସରକାରଙ୍କ ଖାଦ୍ଯ ସୁରକ୍ଷା ଆଇନ ଗରିବଙ୍କ ଭୋକକୁ ଯେପରି ଉପହାସ କରୁଛି । ବାରମ୍ବାର ରାସନ କାର୍ଡ ପାଇଁ ଆବେଦନ କରିଥିଲେ ମଧ୍ଯ କେହି ଶୁଣୁନାହାନ୍ତି ଗରିବଙ୍କ ଦୁଃଖ । ଏତିକି ବେଳେ ଖାଦ୍ୟ ସୁରକ୍ଷା ଆଇନରେ ରାସନ କାର୍ଡ ପାଇଁ ଆବେଦନ କରିଥିବା ତଥା ବଞ୍ଚିତ ଥିବା ନୀଳଗିରି ଉପଖଣ୍ଡର ପ୍ରାୟ ୫ ହଜାରରୁ ଅଧିକ ପରିବାରଙ୍କୁ ତୁରନ୍ତ ସେମାନଙ୍କୁ ଖାଦ୍ୟ ଯୋଗେଇ ଦେବାକୁ ଦାବୀ କରିଛନ୍ତି ନୀଳଗିରିର ପୂର୍ବତନ ବିଧାୟକ ଚିତରଞ୍ଜନ ଷଡଙ୍ଗୀ । ଗରିବ ଖଟିଖିଆ ମାନଙ୍କର ରାସନ କାର୍ଡ ନଥିବା ଯୋଗୁଁ ମହାମାରୀ କରୋନା ସମୟରେ ସମସ୍ତ ସରକାରୀ ସହାୟତା ପାଇବାରୁ ବଞ୍ଚିତ ହେଉଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ତୁରନ୍ତ ସେମାନଙ୍କୁ ଖାଦ୍ୟ ଯୋଗାଇ ଦେବାକୁ ଏକ ଦାବୀ ପତ୍ର ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ନୀଳଗିରି ଉପଜିଲ୍ଲାପାଳ ହରିଶ୍ଚନ୍ଦ୍ର ଜେନାଙ୍କ ଜରିଆରେ ପ୍ରଦାନ କରିଛନ୍ତି । ଏଥିସହ ୭ ଦିନ ଭିତରେ ବଞ୍ଚିତ ପରିବାରକୁ ଯଦି ପ୍ରଶାସନ ଖାଦ୍ୟ ଯୋଗେଇ ନଦିଅନ୍ତି ତେବେ ସେ ନିଜ ବାସଭବନରେ ଅନଶନ କରିବେ ବୋଲି ଚେତାବନୀ ଦେଇଛନ୍ତି ଚିତ୍ତରଞନ ଷଢଙ୍ଗୀ ।

Advertisement