କଲାହାଣ୍ଡି,୧୪ ।୪(କୁଲମଣି ସାହୁ):କଲାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ଅଞ୍ଚଳ ପରିବା ଚାଷି ଓ ତରଭୁଜ ଚାଷି ସଙ୍କଟରେ ପଡିଛନ୍ତି। ଚଲିତ ବର୍ଷ ଅନୁକୁଳ ଯୋଗୁଁ ଫଳ ମଧ୍ୟ ହେଲା ଲକଡାଉନ୍ ଜନିତ କଟକଣା ଯୋଗୁଁ ଏସବୁ କ୍ଷେତରେ ସଢୁଛି। ମାତ୍ର ତିନି ଚାରି ମାସ ରେ ବେଶ ଅଧିକ ରୋଜଗାର ହୋଇଥାନ୍ତା ବୋଲି ଆଶା କରିଥିଲେ । କିନ୍ତୁ ତାହା ଅଲଗାଅଲଗା ହେଲା ବୋଲି କହିଛନ୍ତି ବିଜାପାଟି ଗ୍ରାମର କୁମୁଦ ଚୌଧୁରୀ ଓ ଚରୁଭୁଜ ଚାଷ ବିକ୍ରି କରି ପାରୁନ ବୋଲି କୁଶୁର୍ଲା ର ମାନ ରଣା, କରନାପଲାର କୁଞ୍ଜରଣା , ପରମାନନ୍ଦ ପୁରର ପୁର୍ଣ୍ଣ ମାଝି, ତିନି ଏକର ଚାଷ କରିଛନ୍ତି, ହେଲେ ଲକଡାଉନ୍ କଟକଣା ପାଇଁ ବିକ୍ରି ହୋଇପାରୁନି କହିଛନ୍ତି। ଏହି ସାପ୍ତାହିକ ହାଟ ହୋଉଛି ରିଷିଡା ଓ କୁଶୁ୍ର୍ଲା ଠାରେ ହୋଇଥାଏ । ଏ ନେଈ କର୍ଲାମୁଣ୍ଡା ବ୍ଲକ ର ତହସିଲଦାର ବାସନ୍ତି ସେଠ୍ ପଚାରିବାରୁ ସେ କହିଛନ୍ତି ସାମାଜିକ ଦୂରତା ରକ୍ଷା କରି ବିକ୍ରୟ କର ।