ଭୁବନେଶ୍ୱର, ୧୪/୦୪ (ବ୍ୟୁରୋ) ; ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଛି । ଏହା ଏକ ଶୁଭ ଲକ୍ଷଣ ଓ ରାଜ୍ୟ ପାଇଁ ଭଲ ସଙ୍କେତ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର କହିଛନ୍ତି । ରାଜ୍ୟରେ କରୋନା ସ୍ଥିତି ସମୀକ୍ଷା କରିବା ଅବସରରେ ସେ ଏହି ବିଷୟ କହିଛନ୍ତି । ଯେଉଁମାନେ କରୋନା ମୁକାବିଲା ଦିଗରେ କାର୍ୟ୍ୟ କରୁଛନ୍ତି ସେମାନଙ୍କୁ ସାଧୁବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଅତ୍ୟାବଶ୍ୟକ ସାମଗ୍ରୀର ପରିବହନ କ୍ଷେତ୍ରରେ କୌଣସି ଅସୁବିଧା ନାହିଁ । ଏହି ସାମଗ୍ରୀ ପରିବହନ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି । କୃଷିଜାତ ଦ୍ରବ୍ୟ ପରିବହନରେ କୌଣସି ପ୍ରକାର ବାଧା ସୃଷ୍ଟି କରାନଯାଉ ବୋଲି ସେ କହିବା ଲକ୍ଡାଉନ୍ ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଅଭ୍ୟାସଗତ ଅପରାଧିଙ୍କୁ ସାବାଡ଼ କରିବାକୁ ଶ୍ରୀ ପଟ୍ଟନାୟକ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।