
କନ୍ଧମାଳ,୧୪।୪(ସୁରେଶ ପଣ୍ଡା): କରୋନା ଭୁତାଣୁକୁ ମୁକାବିଲା ପାଇଁ ଦେଶରେ ଲକଡାଉନ ହୋଇଥିବା ଯୋଗୁଁ ଗାଡ଼ି ବନ୍ଦ ଚଳାଚଳ ବନ୍ଦ ରହୁଛି । ଯାହାଦ୍ୱାରା ମେଡ଼ିକାଲକୁ ରୋଗୀ ଆସିବା ପାଇଁ ବହୁତ ହନ୍ତସନ୍ତ ହେଉଥିଲେ । ଏହାର ସୁବିଧା ପାଇଁ ପୋଲିସ ପ୍ରଶାସନ ତରଫରୁ ଆଜି ଶୁଭାରମ୍ଭ ହେଲା ଅଟୋ ସେବା । ଏହି ସେବାକୁ ଆଜି ବାଲିଗୁଡ଼ା ଉପଖଣ୍ଡ ଆରକ୍ଷୀ ଅଧିକାରୀ ମାନସ ରଞ୍ଜନ ବାରିକ, ବାଲିଗୁଡ଼ା ଏନଏସି ଅଧକ୍ଷ ଲୋକନାଥ ପାଢ଼ୀ, ବାଲିଗୁଡ଼ା ଥାନା ଭାର ପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ବେହେରା ଯୋଗଦେଇ ଶୁଭାରମ୍ଭ କରିବାସହ ମାସ୍କ ବଣ୍ଟନ କରାଯାଇଥିଲା । ଏହି ସେବା ପାଇଁ ୨ଟି ନମ୍ବର ମଧ୍ୟ ଜାରି ହୋଇଛି ଏହି ୬୩୭୨୪୨୬୭୬୨, ୮୨୪୯୨୩୯୮୮୪ ନମ୍ବରରେ ଫୋନ କଲେ ଅଟୋ ଯାଇ ରୋଗୀଙ୍କୁ ଆଣିବ ଅଟୋରେ ଡ୍ରାଇଭରକୁ ମିଶାଇ ୨ ଜଣ ବସିବେ ଭଡ଼ା ପାଇଁ ଯାହା ଦର ନିର୍ଦ୍ଧାରିତ ହୋଇଛି ସେହି ଦର ଦେଇ ଆସିବେ । ଏହି ସୁବିଧା ଦାରିଙ୍ଗବାଡ଼ି, କୋଟଗଡ଼, ତୁମୁଡ଼ିବନ୍ଧ, କନୂଆଗାଁ, ବାଲିଗୁଡ଼ା ବ୍ଲକରେ ପହଞ୍ଚି ରୋଗୀଙ୍କ ସେବାରେ ଉପଲବ୍ଧ ହେବ ବୋଲି କହିଛନ୍ତି ବାଲିଗୁଡ଼ା ଉପଖଣ୍ଡ ଆରକ୍ଷୀ ଅଧିକାରୀ ।



