
କନ୍ଧମାଳ, ୧୪/୦୪ (କେ ନାଗେଶ୍ୱର ପାତ୍ର) : ଦିନକୁ ଦିନ ସାରାଦେଶରେ କରୋନା ଭୁତାଣୁ ସଂକ୍ରମିତ ହେବାରେ ଲାଗିଛି ଏହାର ମୁକାବିଲା ପାଇଁ ଦେଶରେ ଲକଡାଉନ ନିୟମକୁ କଡ଼ାକଡ଼ି ଭାବରେ ଚଲେଇବା ପାଇଁ ପ୍ରଶାସନ ତରଫରୁ ଜୋରଦାର ପ୍ରୟାସ ଜାରି ରହିଛି ଏଭଳି ନିୟମକୁ ଗ୍ରାମାଞ୍ଚଳର ଜନସାଧାରଣ କିପରି ସଚେତନ ରହିବେ ଏନେଇ ନିଜ ପ୍ରୟାସ ଜାରି ରଖି ବାଲିଗୁଡ଼ା ଉପଖଣ୍ଡ ଆରକ୍ଷୀ ଅଧିକାରୀ ମାନସ ରଞ୍ଜନ ବାରିକ ବାଲିଗୁଡ଼ା ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରଶାନ୍ତ କୁମାର ବେହେରା କ ନୂଆଗାଁ ବ୍ଲକ ମହାସିଙ୍ଗ ପଞ୍ଚାୟତ ଠାରେ ଲୋକଙ୍କ ପାଖରେ ପହଞ୍ଚି କରୋନା ଉପରେ କଣ କରିବାକୁ ହେବ ସେନେଇ ବୁଝେଇବା ସହ ସଚେତନତା ରହିବା ପାଇଁ ଶପଥ ପାଠ କରିଛନ୍ତି ଏହା ସହ ଉପଖଣ୍ଡ ଆରକ୍ଷୀ ଅଧିକାରୀଙ୍କ କରୋନା ଉପରେ ଲିଖିତ ଗୀତକୁ ବାଲିଗୁଡ଼ା ଥାନାଭାରପ୍ରାପ୍ତ ଅଧିକାରୀଙ୍କ କଣ୍ଠରେ ଗୀତଗାଇ ଶୁଣେଇବା ସହ ଆସିଥିବା ଲୋକଙ୍କୁ ଚୁଡ଼ା, ହାତ ଧୋଇବା ପାଇଁ ସାବୁନ ଓ ମାସ୍କ ବଣ୍ଟନ କରାଗଲା କାର୍ଯ୍ୟକ୍ରମରେ ଗ୍ରାମର ବହୁତ ଜନସାଧାରଣ ଉପସ୍ଥିତ ରହି ଶପଥ ପାଠ କରିଥିଲେ ଏଭଳି କାର୍ଯ୍ୟକ୍ରମକୁ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଓ ପ୍ରଶାନ୍ତ କୁମାର ବେହେରା ଗ୍ରାମାଞ୍ଚଳ ଲୋକଙ୍କ ପାଖରେ ପହଞ୍ଚି ଲୋକଙ୍କୁ ସଚେତନ କରିଥିବାରୁ ବିଭିନ୍ନ ମହଲରେ ଆଲୋଚନା ବିଷୟ ପାଲଟିଛି I
