
କନ୍ଧମାଳ, ୧୩/୦୪(ପ୍ରଶାନ୍ତ ପାତ୍ର) : ଫୁଲବାଣୀ ସଦର ମହକୁମାରେ ଆଜି ଟିମ୍ ହ୍ୟୁମାନିଟି କନ୍ଧମାଳ ଏବଂ କନ୍ଧମାଳ ପୋଲିସ ସହଯୋଗରେ ଏକ ଅଭିନବ ଉପାୟରେ କୋରୋନା ପାଇଁ ଜନସାଧାରଣଙ୍କୁ ସଚେତନ ପାଇଁ ପ୍ରୟାସ କରାଯାଇଛି। ଟିମ୍ ସଦସ୍ୟ ସାଇରାମ୍ ପାତ୍ର, ହିମାଂଶୁ ନାୟକ ଲମ୍ବୋଦର ରଥ ଏବଂ ଏସ୍ କେ. ଅବଦୁଲ ସାକିର ଏକ କୋରୋନା ଚିତ୍ରକଳା ଥିବା ପୋଷାକ ଏବଂ ହେଲମେଟ ପିନ୍ଧି ଗୋପବନ୍ଧୁ ଛକ ଠାରୁ ବିଭିନ୍ନ ସ୍ଥାନକୁ ଗ୍ରସ୍ତ କରିଥିଲେ।

ଏଥିରେ ଟିମ୍ ର ସଦସ୍ୟ ସହ ଆଦର୍ଶ ଟାଉନ ଥାନା ପୋଲିସ ଅଧିକାରୀ ନରେଶ କୁମାର ସାହୁ ଏବଂ ଫୁଲବାଣୀ ଉପଖଣ୍ଡ ଆରକ୍ଷୀ ଅଧିକାରୀ ମହେନ୍ଦ୍ର ନାଥ ମୁର୍ମୁ ଙ୍କ ସହ ଅତିରିକ୍ତ-ତହସିଲଦାର ଅନିତା ସାହୁ ଏବଂ ଜିଲ୍ଲା ପୋଲିସର ଅନ୍ୟାନ୍ୟ ଅଧିକାରୀ ମଧ୍ୟ ସାମିଲ ହୋଇ ସଚେତନ ବାର୍ତ୍ତା ବାଣ୍ଟିଥିଲେ।

ଅଧିକାରୀ ବୃନ୍ଦ କରୋନା ର ଭୟାବହତା ବିଷୟରେ ବିଶେଷ କରି ମାସ୍କ ବ୍ୟବହାର ଏବଂ ଲକ୍ ଡାଉନ୍ ର ନିୟମ ମାନିବାକୁ ଜନସାଧାରଣଙ୍କୁ କରିଥିଲେ। ଟିମ୍ ର କୋରୋନା ପ୍ରତି ଏଭଳି ଅଭିନବ ପ୍ରୟାସ କୁ ସହରର ବିଭିନ୍ନ ମହଲରେ ପ୍ରଶଂସା କରିଛନ୍ତି।
