କୁକୁଡାଖଣ୍ଡି,୧୩/୦୪ (ଇ.ରଞ୍ଜନ) : ବେଆଇନ ମଦ ବେପାରକୁ କେନ୍ଦ୍ର କରି ନିମଖଣ୍ଡି ଫାଣ୍ଡି ଅନ୍ତର୍ଗତ ଚଣ୍ଡିପଦର ହରିଜନ ସାହିରେ ମଦ ଚଢଉବେଳେ କାର୍ଯ୍ୟରତ୍ତ ଏଏସଆଇ ଓ ଜଣେ ହୋମଗାର୍ଡ ଙ୍କୁ ଚୋରା ବେପାରୀ ମାନେ ମାଡ ମାରିଥିବା ଅଭିଯୋଗ ହୋଇଛି। ଆହାତ ଏଏସଆଇ ଓ ହୋମଗାର୍ଡଙ୍କୁ କୁକୁଡାଖଣ୍ଡି ଗୋଷ୍ଟୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପରେ ଉଭୟ ଭଲ ଥିବା ଜଣାପଡିଛି।
ଘଟଣାରୁ ପ୍ରକାଶ ଯେ ନିମଖଣ୍ଡି ଫାଣ୍ଡି ଅନ୍ତଗତ ଚଣ୍ଡିପଦର ହରିଜନ ସାହିରେ ଲକଡାଉନର ସୁଯୋଗ ନେଇ କିଛି ଚୋରା ବେପାରୀ ମଦ ବିକ୍ରି କରୁଥିଲେ। ଖବର ପାଇ ଫାଣ୍ଡି ଅଧିକାରୀ ଧୋବା ସ୍ବାଇଁ,ହୋମଗାର୍ଡ ଅଜୁ ସାହୁଙ୍କ ସହ ଟିମ ଉକ୍ତ ସାହିରେ ଚଢଉ କରି ପ୍ରାୟ ୪୦ ଲିଟର ମଦଜବତ କରିଥିଲେ । ଚଢଉର କିଛି ସମୟରେ ପରେ ଚୋରା ବେପାରୀ ମାନେ ପୋଲିସ ଉପରକୁ ଅତର୍କିତ ଆକ୍ରମଣ କରିଥିବା ପରେ ମଦ ଧରି ଫେରାର ହୋଇଥିଲେ l ସୂଚନା ଦେଲେ ଫାଣ୍ଡି ଅଧିକାରୀ l
ମଦ୍ୟପ ଲୋକଙ୍କ ଆକ୍ରମଣ ଦ୍ୱାରା ଏଏସଆଇ ଓ ଗୃହରକ୍ଷୀ ସେମାନଙ୍କ ଆକ୍ରମଣରେ ଆହାତ ହୋଇଥିଲେ। ପରେ ସଦର ପୋଲିସ ଉକ୍ତ ଅଞଳକୁ ଘେରାଉ କରି ଆକ୍ରମଣକାରୀଙ୍କୁ ଧରିବାକୁ ଉଦ୍ୟମ କରିଥିଲେ । ଥାନାରେ ୧୧୨/୨୦ରେ ମାମଲା ରୁଜୁ ସହ ଆକ୍ରମଣକାରୀ ହରିହର ସାହୁ(୪୦),ଅଯୋଧ୍ୟା ଦାସ(୩୮)କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସଦର ଏସଡିପିଓ ଜୟନ୍ତ ମହାପାତ୍ର ସୂଚନା ଦେଇଛନ୍ତି। ସଦର ଥାନା ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଚୋରାରେ ମଦ ବ୍ୟାପକ ପରିମାଣରେ ବିକ୍ରି ବୃଦ୍ଧିପାଉଥିବା ବେଳେ ପୋଲିସ ଓ ଅବକାରୀ ବିଭାଗ କାର୍ଯ୍ୟନୁଷ୍ଟାନରେ ଦୃର୍ବଳ ସାଜିଥିବା ଲକଡାଉନରେ ଲୋକେ ଦାଣ୍ଡରେ ବସି ଚର୍ଚ୍ଚା କରନ୍ତି ।