ବ୍ରହ୍ମପୁର,୧୩/୦୪ (ବ୍ୟୁରୋ) : କୋରୋନା ମହାମାରୀକୁ ନେଇ ସାରା ଦେଶରେ ଲକଡାଉନ୍। ଗଞ୍ଜାମରେ ପ୍ରତିଦିନ ୧୯ ଘଣ୍ଟା ସଟ୍ ଡାଉନ୍ ଘୋଷଣା ପରେ ସବୁକିଛି ଠପ୍ । ସହର ଯେମିତି ମରୁଭୂମି ପାଲୋଟି ଯାଏ । ଦୋକାନ, ବଜାର, ହୋଟେଲ ସବୁ ବନ୍ଦ । ସହରରେ ଖାଦ୍ୟ ପାଇଁ ପଶୁପକ୍ଷୀ ଡହଳ ବିକଳ ।

ଏଭଳି ପରିସ୍ଥିତିରେ ଏକ ଉଲୁକ (ପେଚା) ଖାଦ୍ୟ ନପାଇ ଭାରଶୂନ୍ୟ ହୋଇ ଗଛରୁ ଖସି ପଡ଼ିଥିଲା ଯାହାଫଳରେ ପେଚାଟିର ଡେଣାକୁ ଗଭୀର ଆଘାତ ଲାଗିଥିଲା । ଘଟଣାଟି ଘଟିଥିଲା ବ୍ରହ୍ମପୁର ଗାନ୍ଧୀ ନଗର ଛକ ନିକଟରେ । ସ୍ଥାନୀୟ ଲୋକେ ଦେଖି ଗୋସେବା ସଂଗଠନର ଉପସଭାପତି ଲଲାଟେନ୍ଦୁ ଚୌଧୁରୀଙ୍କୁ ଖବର ଦେଇଥିଲେ ।
ଏହାକୁ ଅତି ଗୁରୁତର ଭାବେ ନେଇ ଲଲାଟେନ୍ଦୁ ପଶୁ ଚିକିତ୍ସାଳୟର ଡକ୍ଟର ସୈାମିକ ସ୍ୱାଇଁଙ୍କ ସହ ଯୋଗାଯୋଗ କରି ପଶୁ ଚିକିତ୍ସାଳୟର କର୍ମଚାରୀଙ୍କ ସହ ଘଟଣା ସ୍ଥଳେ ପହଞ୍ଚି ପଡିରହିଥିବା ପେଚାଟିର ଅସ୍ତ୍ରୋପଚାର କରାଯାଇଥିଲା । ପେଚାଟିର ସ୍ବାସ୍ଥ୍ୟ ଠିକ୍ ଥିବା ଡକ୍ଟର ସୈାମିକ ସ୍ୱାଇଁ ଏବଂ କର୍ମଚାରୀ ଗୋବିନ୍ଦ ଚନ୍ଦ୍ର ପାତ୍ର କହିଛନ୍ତି ।

ପରେ ବନବିଭାଗକୁ ହସ୍ତାନ୍ତର କରାଯାଇଥିଲା । ଆଜିର ଏହି ମହାନ୍ କାର୍ଯ୍ୟକୁ ସ୍ଥାନୀୟ ଲୋକେ ସ୍ବେଚ୍ଛାସେବୀ ଲଲାଟେନ୍ଦୁଙ୍କୁ ପ୍ରଶଂସା କରିବା ସହ ପଶୁ ଚିକିତ୍ସାଳୟର କର୍ମଚାରୀଙ୍କୁ ଧନ୍ୟବାଦ୍ ଜଣାଇଥିଲେ । ଏହାକୁ ନେଇ ସହର ରେ ପ୍ରଶଂସାର ସୁଅ ଛୁଟୁଛି ।