ରାଜ୍ୟ ପୋଲିସ ମହାନିର୍ଦେଶକଙ୍କ ଗଞ୍ଜାମ ଗ୍ରସ୍ତରେ ବିଭିନ୍ନ ସ୍ଥାନରେ ଲକଡାଉନ କୁ ନେଇ ସମୀକ୍ଷା

285
ADVERTISEMENT

ବ୍ରହ୍ମପୁର, ୧୩/୦୪ (ଇ.ରଞ୍ଜନ) : ଆଜି ଓଡ଼ିଶାର ଡିଜିପି ଅଭୟ ଗଞ୍ଜାମ ଗସ୍ତରେ ଆସିଛନ୍ତି। ସାରା ଦେଶରେ କରୋନା ନିଜ ବଂଶ ବିସ୍ତାର ସହ ଲୋକଙ୍କୁ ସଂକ୍ରମିତ କରି ଜୀବନ ନେବାରେ ସକ୍ଷମ ଅର୍ଜିତ କରିଛି l

ସେହିଭଳି ଓଡିଶାରେ ମଧ୍ୟ ଦିନକୁ ସଂକ୍ରମଣ କିଛି ମାତ୍ରାରେ କମୁଥିବା ବେଳେ ବର୍ତମାନ ପରିସ୍ଥିତିରେ ମଧ୍ୟ ବଡୁଥିବା ଜଣାପଡୁଛି l କିନ୍ତୁ ଗଞ୍ଜାମ ଜିଲ୍ଲାରେ କରୋନାର ପ୍ରଭାବ ସୌଭାଗ୍ୟ ବଶତଃ ବଢିନି l ତାହାର ମୁକାବିଲା ସହ ରୋକିବା ନେଇ ସରକାର ନେଇଥିବା ଆଗୁଆ ପଦକ୍ଷପକୁ ନେଇ ବିଭିନ୍ନମହଲରେ ରାଜ୍ୟ ସରକାରଙ୍କୁ ପ୍ରଶଂସା ମିଳିଛି l

ସାରା ରାଜ୍ୟରେ ଲକଡାଉନ ଚାଲିଥିବା ବେଳେ ଗଞ୍ଜାମରେ ଜିଲ୍ଲାରେ ପୋଲିସ କିଭଳି ସଚେତନ କରନ୍ତି ତାହା କିଭଳି ପରିଚାଳନା କରି କାର୍ଯ୍ୟ ସମ୍ପାଦନ କରୁଛନ୍ତି ତାହାକୁ ଦୃଷ୍ଟିରେ ରଖି ରବିବାର ରାଜ୍ୟର ଡିଜିପି ଅଭୟ ବ୍ରହ୍ମପୁର ଗସ୍ତ କରି କାର୍ଯ୍ୟକିଭଳି ସଟିକ ପରିଚାଳନାର ଅନୁସନ୍ଧାନ କରି ଜିଲ୍ଲା ପୋଲିସ ପ୍ରଶାସନକୁ କିଛି ମାତ୍ରାରେ ଭଲ ଚାଲିଥିବା ବେଳେ ସମସ୍ତ ପୁଲିସ ଅଧିକାରୀ ଅଧିକାରୀଙ୍କୁ ଏକପ୍ରକାର ପ୍ରଶଂସା କରି ଉତ୍ସାହିତ କରିଥିବା ବିଶେଷ ସୂତ୍ରରୁ ଜଣାପଡିଛି ।

ଗଞ୍ଜାମ ଜିଲ୍ଲାରେ ଲକ୍ ଡାଉନ୍ ସ୍ଥିତି ସମୀକ୍ଷା କରି ଆଜି ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତରେ ଲକ୍ ଡାଉନ୍ ସ୍ଥିତି ସମୀକ୍ଷା କରିଛନ୍ତି ଏହା ସହିତ ପୁଲିସ ପୋଷ୍ଟ ଓ କଣ୍ଟ୍ରୋଲରୁମ୍ ସ୍ଥିତି ପରଖିଛନ୍ତି । ପ୍ରଥମେ ଡିଜିପି ଖଲିକୋଟ ଟୋଲ୍ ଗେଟ୍‌ରେ ଓହ୍ଲାଇ ସମୀକ୍ଷା କରିବା ପରେ ଖଲ୍ଲିକୋଟ ଥାନା, ରମ୍ଭା ଥାନା, ଗଞ୍ଜାମ ଥାନା, ଅଷ୍ଟମ ବାଟାଲିୟନ୍ ଅଗସ୍ତି ନୂଆଗଁରେ ସମୀକ୍ଷା କରିଛନ୍ତି ଏବଂ ବ୍ରହ୍ମପୁର ଡ଼ିଆଇଜି ଅଫିସରେ ସମୀକ୍ଷା କରିଥିଲେ।

Advertisement