କଙ୍କୋରଡାରେ ଲକ୍‌ଡାଉନ୍‌କୁ ଅବମାନନା

682
ADVERTISEMENT

ସାନଖେମୁଣ୍ଡି,୧୨/୦୪ (ସପନ ଦାଶ) : କରୋନା ଭାଇରସ ଯୋଗୁଁ ସାରା ଦେଶରେ ଲକଡାଉନ ଚାଲିଛି ଏହି ସମୟରେ ଜରୁରୀକାଳୀନ ଓ ଅତ୍ୟାବଶ୍ୟକୀୟ ଜରୁରୀ ଥିବା ଏକ ଅସ୍ଥାୟୀ ପରିବା ମାର୍କେଟ ନିର୍ମାଣ କଙ୍କୋରଡା ବଜ଼ାରରେ ହୋଇଥିବା ଖବର ମିଳିଛି l କଙ୍କୋରଡାରେ କିଛି ଜନସାଧାରଣ ସାମାଜିକ ଦୂରତ୍ୱର ଏହାର ଅବମାନନା କରୁଥିବା ଦେଖିବାକୁ ମିଳୁଛି l ସୁରକ୍ଷାନିମନ୍ତେ ଏକତ୍ରିତ ନହେବା ଦୃଷ୍ଟିକୁ ନେଇ ପ୍ରଶାସନ ତରଫରୁ ଜନସଧାରଣଙ୍କ ସଚେତନ ଏବଂ ସୁଵିଧା ପାଇଁ ରୋଡ ପାର୍ଶ୍ୱରେ ହୋଇଥିବାଯୋଗୁ ଏହା ବିପୁଳ ପରିମାଣରେ ପରିବା ମାର୍କେଟ ବୃଦ୍ଧିପାଉଥିବା ଦେଖିବାକୁ ମିଳୁଛି । ପରିଵା ଦୋକାନୀ ମାନଙ୍କରେ ଭିଡ଼ ନ କରିବାକୁ ପୋଲିସପ୍ରଶାସନ ତରଫରୁ ଦୋକାନୀ ମାନଙ୍କୁ ତାଗିତ କରାଯାଇଛି l ସାଧାରଣ ଅଭିଯୋଗ ବର୍ତମାନ ଯେଉଁ ସ୍ଥାନରେ ଅସ୍ଥାୟୀ ପରିବା ମାର୍କେଟ ଅଛି ତାହା ଆଗାମୀ ଦିନ ମାନଙ୍କରେ ସେହି ଜାଗାରେ ପରିବା ମାର୍କେଟ ସେହି ରାସ୍ତାରେ ଜାମ ହୋଇ ଯିବାଆସିବା ପାଇଁ ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେବାନେଇ ଆଶଙ୍କା ପ୍ରକାଶ ପାଇଛି l

Advertisement