କନ୍ଧମାଳ, ୩୧/୦୩ (ଡି.ଏଚ୍) : ଅଂଶୁମାନ ପ୍ରିୟଦର୍ଶନ ସଭାପତି ୟୁଥ ଅଫ କନ୍ଧମାଳ ଓ ଆଶୁତୋଷ ସାହୁ ୟୁଥ ଅଫ କନ୍ଧମାଳ ଏହାକୁ ସ୍ବତପ୍ରବୁତ ଭାବେ କରିଥିଲେ। ନାରାୟଣୀ ଗେଟ ଠାରୁ ଆରମ୍ଭ କରି,ମାଡିକୁନଦା ଛକ, ସରକୁଇଟ ହାଉସ ରୋଡ,ଗାନ୍ଧୀ ଚକ ଓ ଜଗନ୍ନାଥ ମନ୍ଦିର ଠାରେ ଶେଷ ଏହି ଛୋଟିଆ ଚେଷ୍ଟା ଶେଷ ହୋଇଥିଲା।
ଯେଉଁମାନେ ଆମ୍ଭମାନଙ୍କ ସୁରକ୍ଷା ପାଇଁ ଦିନରାତି ରାସ୍ତାରେ ଅହରହ ନଜର ରଖି ଆମମାନଙ୍କୁ ଏକ ସୁରକ୍ଷା ର ବଲୟ ଭିତରେ ରଖି ଆସୁଛନ୍ତି ସେଇ ପୋଲିସ ଭାଇ ଭଉଣୀଙ୍କ ପାଖକୁ ଯିବାର ସୌଭାଗ୍ୟ ମିଳିଥିଲା।
ଆମେ କେବେ ମଧ୍ୟ ସେମାନଙ୍କ କଥା ଚିନ୍ତା କରି ନ ଥାଉ ଯେ ସେମାନଙ୍କର ମଧ୍ୟ ପରିବାର ଅଛି,ସେମାନେ ମଧ୍ୟ ଏହି ତାଲା ବନ୍ଦ ସମୟରେ କବାଟ କିଳି ନିଜ ପରିବାର ସହିତ ହସଖୁସି କରିବେ।
ବିଶେଷତ ମହିଳା ପୋଲିସ ମାନଙ୍କ ପାଇଁ ଏହା ନିତାନ୍ତ କଷ୍ଟ କର,ଅତି ବଡି ସକାଳୁ ଏକରୁପ ପିନ୍ଧି କେହି ନ ଉଠୁଣୁ ଘରୁ ସେମାନେ ବାହାରି ଆସିଥାନ୍ତି। ତଲବନ୍ଦୀ ଯୋଗୁଁ ଚା କପ ଟିଏ ମଧ୍ୟ ମିଳିନଥାଏ। ତଥାପି ସେମାନେ ଫୁର୍ତ୍ତି ହୋଇ ଆମ ମାନଙ୍କ ସୁରକ୍ଷା ପାଇଁ ଖରାରେ ରାସ୍ତା ଉପରେ ଠିଆ ହୋଇ ସେବା ଯୋଗାଇ ଥାନ୍ତି।
କୋରନା ଭୟରେ ବିଶ୍ୱ ଥରୁଚି କିନ୍ତୁ ଆମ ମାନଙ୍କ ସୁରକ୍ଷା ପାଇଁ କେତେଜଣ ନିଜ ଜୀବନକୁ ବାଜି ମାରି ରାସ୍ତା ଉପରକୁ ଓଲ୍ହାଇ ଆସୁଛନ୍ତି। କୋରନା ର ଭୟ ସେମାନଙ୍କୁ କଣ ନାହିଁ ? କିନ୍ତୁ ସେମାନେ ନିଜ କର୍ତ୍ତବ୍ୟ କୁ ହି ପ୍ରଥମ ସ୍ଥାନ ଦେଇଥାନ୍ତି।
“ମାନବ ସେବା ହି ପ୍ରକୃତ ସେବା”ଆମେ ଫୁଲବାଣୀ ପ୍ରଶାସନ କୁ ମଧ୍ୟ୍ୟ ଆନ୍ତରିକ କୃତଜ୍ଞତା ଜଣାଉଛୁ ଜିଲ୍ଲାର ସୁରକ୍ଷା ବ୍ୟବସ୍ଥାକୁ ଉତ୍ତମ ଓ ସୃଧୁଢ କରିବା ନିମନ୍ତେ ।
ଆସନ୍ତୁ ସମସ୍ତ ମିଶି ଏହି ମହାମାରୀ କୁ ଲଢେ଼ଇ କରି ଜୟଯୁକ୍ତ ହେଇ ଏହି ଆମ ଭାଇ ଭଉଣୀ ଙ୍କ ସେବା ର ଉପଯୁକ୍ତ ମୂଲ୍ୟ ନିରୂପଣ କରିବା।ସେମାନଙ୍କ ଚେଷ୍ଟା ପରିଶ୍ରମ ଓ ନିର୍ଦେଶ ଗୁଡ଼ିକୁ ଧୁଲିସାତ ନ କରି ଆମେ ମଧ୍ୟ ନିଜେ ସତର୍କ ରହି କିଛି ନିୟମ ମାନି ଚଳିବା, ଯାହା କି ବିଶ୍ଵ ସ୍ଵାସ୍ଥ୍ୟ ସଂସ୍ଥା ଦ୍ୱାରା ଅନୁମୋଦିତ।
୧.ଘରେ ରହିବା
୨.ଦୁହିଁଙ୍କ ମଧ୍ୟରେ ୧ ମିଟର ବ୍ୟବଧାନ ରଖିବା।
୩.ବାରମ୍ବାର ସାବୁନରେ ହାତ ଧୋଇବା ୨୦ ସେକଣ୍ଡ ପର୍ୟନ୍ତ।
୪.କରନା ରୋଗୀ ପାଖକୁ ମାସ୍କ ଲଗେଇ ଯିବା।
୫.କାହାକୁ ଚୁଇବା ନାହିଁ।
୬.ହେଣ୍ଡ ସେକ କରିବନି।
୭.ଆଲିଙ୍ଗନ କରିବାନାହିଁ ।
୮.କାଶିଲେ ଛିଙ୍କିଲେ ମୁହଁ ଢାଙ୍କିବା ।
୯.ବାହାରୁ ଆସିଲେ ଭଲରେ ଗାଧୋଇବା ଓ ଲୁଗା ସାଫ କରିବା।
୧୦.ଫଳ ପନିପରିବା ଭଲରେ ଧୋଇ ଖାଇବା।
୧୧.ଗହଳି କରିବନି କି ଗହଳିକୁ ଜୀବନାହିଁ।
୧୨.୧୦୪ କୁ ଏହି ସଂକ୍ରାନ୍ତରେ ଫୋନ କରିବା।
୧୩.କାଶ, ଜର,ଛାତି ବଥା , ନିଶ୍ଵାସ ନେବାରେ ଅସୁବିଧା ହେଲେ ତୁରନ୍ତ ମେଡିକାଲ ଯିବା।
୧୪.ଲୋକଙ୍କୁ ସଚେତନ କରିବା।
୧୫.ଯେଉଁମାନେ ଅସହାୟ ସେମାନଙ୍କୁ ସାହାଯ୍ୟ କରିବା।
୧୬.ଏକ ନାଗରିକ ଭାବେ ଦେଶ ପାଇଁ କିଛି କରିବା।