ଭାରତୀୟ ଜନତା ପାର୍ଟିର ଏକ ଦଳ ବରଗଡ଼ ଏ.ଡି.ଏମ ଙ୍କୁ ଭେଟି ଏକ ଦାବି ପତ୍ର ପ୍ରଦାନ

248
ADVERTISEMENT

ପଦ୍ମପୁର,୧୮।୩ (ରାକେଶ କୁମାର ଦାଶ): ପଦ୍ମପୁର ଭାରତୀୟ ଜନତା ପାର୍ଟିର ଏକ ଦଳ ପଦ୍ମପୁର ଉପ-ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ଠାରେ ବରଗଡ଼ ଏ.ଡି.ଏମ ଙ୍କୁ ଭେଟି ଏକ ଦାବି ପତ୍ର ପ୍ରଦାନ କରି ଥିଲେ । ଉକ୍ତ ଦାବି ପତ୍ର ଅନୁଯାୟୀ ବର୍ତ୍ତମାନ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି କରିଥିବା କରୋନା ଭାଇରସ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଏକ ମୁଖ୍ୟ ବିଷୟ ହୋଇ ଛିଡା ହୋଇଛି। ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁଦିନ ଦୃତଗତିରେ ବୃଦ୍ଧି ପାଇବା ସହିତ ପରିସ୍ଥିତି ର ଭୟବହତା କୁ ଦୃଷ୍ଟି ରଖି କେନ୍ଦ୍ର ସରକାର ଏହି ପ୍ରସଙ୍ଗକୁ ଜାତୀୟ ବିପତ୍ତି ଭାବେ ଘୋଷଣା ମଧ୍ୟ କରି ସାରିଲେଣି। ଭାରତରେ ଏ ପର୍ଯ୍ୟନ୍ତ କରୋନା ରେ ମାତ୍ର ଦୁଇଜଣ ପ୍ରାଣ ହରାଇଥିଲେ ମଧ୍ୟ ଆକ୍ରାନ୍ତ ଙ୍କ ସଂଖ୍ୟା ଦିନକୁ ଦିନ ଅତ୍ୟନ୍ତ ବଢି ଯାଉଥିବାରୁ ଏହାର ସଚେତନତା ଅତ୍ୟନ୍ତ ଜରୁରୀ। ଏଣୁ ସରକାର ବିଭିର୍ଣ କଟକଣା ମାନ ଲାଗୁ କରିଛନ୍ତି ଏବଂ ବ୍ୟାପକ ସଚେତନତା ଅଭିଯାନ ମଧ୍ୟ ଆରମ୍ଭ କରିଥିଲେ ହେ ପଦ୍ମପୁରରେ ବର୍ତ୍ତମାନ ସୁଦ୍ଧା କୌଣସି ଆଖି ଦୃଶିୟା ସଚେତନତା ଆରମ୍ଭ ହୋଇ ନ ଥିବା ଏଣୁ ଭାରତୀୟ ଜନତା ପାର୍ଟି ତରଫରୁ ଉକ୍ତ ପ୍ରସଙ୍ଗ କୁ ନେଇ ଅଧିକ ସଚେତନତା ସୃଷ୍ଟି କରିବାକୁ ସ୍ଥାନୀୟ ପ୍ରଶାସନକୁ ନିବେଦନ ସହ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ସଫେଇ କାର୍ଯ୍ୟରେ ନିୟୋଜିତ ଥିବା କର୍ମଚାରୀ ମାନଙ୍କୁ ମାସ୍କ ଓ ଗ୍ଲୋପ୍ସ ଭଳି ଅତ୍ୟାବଶ୍ୟକୀୟ ଜିନିଷ ଯୋଗାଇବା ସହ ଅଞ୍ଚଳର ନାଳ ନାର୍ଦମାକୁ ସଫା ରଖିବା ଏବଂ ସପ୍ଲାୟ ପାଣିରେ ଆସୁଥିବା ନାର୍ଦମା ପାଣି ଧ୍ୟାନ ଦେବାପାଇଁ ଆନୁରୋଧ କରରାଯାଇ ଥିବା ଏବଂ ଅନ୍ୟ ପକ୍ଷରେ ମୋଟ ୦୬ ଗୋଟି ବ୍ଳକକୁ ନେଇ ଗଠିତ ପଦ୍ମପୁର ଉପଖଣ୍ଡର ମୁଖ୍ୟ କାର୍ଯ୍ୟାଳୟ, କୋର୍ଟ କଚେରି, ଉପଖଣ୍ଡ ଚିକିତ୍ସାଳୟ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଇତ୍ୟାଦି ଉପରେ ଉପଖଣ୍ଡର ସମସ୍ତ ଜନସାଧାରଣ ପ୍ରତିଦିନ ନିର୍ଭର କରୁଥିବାରୁ ପଦ୍ମପୁର ସହରରେ ଦିନକୁ ଦିନ ଜନ ଗହଳି ବଢ଼ିବାରେ ଲାଗିଛି ଏବଂ ପଦ୍ମପୁରରେ ଥିବା ମୁଖ୍ୟ ଛକ ଗୁଡିକରେ ବେଆଇନ ଭାବରେ ସରକାରୀ ଜମି ଅଧିଗ୍ରହଣ ହୋଇଥିବାରୁ ରାସ୍ତା ସଂକୁଚିତ ହେଉଛି ଏଣୁ ଦୁର୍ଘଟଣା ମନ ମଧ୍ୟ ବଢ଼ିବାରେ ଲାଗିଛି। ଵିଶେଷ କରି ସନ୍ଧ୍ୟା ସମୟରେ ରାସ୍ତା କଡରେ ଲାଗୁ ଥିବା ଠେଲା ଏବଂ ଟେମ୍ପୁ ଗୁଡିକ ପାଇଁ ଯାତାୟତରେ ଅସୁବିଧା ହେଉଥିବାରୁ ଏହା ଉପରେ ଧ୍ୟାନ ଦେବା ସହ ମୁଖ୍ୟ ଛକ ମାନଙ୍କରେ ଟ୍ରାଫିକ ସମସ୍ୟାର ସମଧାନ ଦିଗରେ ଦୃଷ୍ଟି ଦେବା ଏବଂ ପୁରୁଣା ବସ୍ତି ଭିତରକୁ ପ୍ରତି ଦିନ ଭାରି ଯାନବାହନ ପ୍ରବେଶ କରୁଥିବାରୁ ରାସ୍ତା ଗୁଡିକ ଭାରି ଯାନ ବାହନର ରାସ୍ତାରେ ପ୍ରବଳ ଭିଡ଼ ଜମୁଛି , ଏଣୁ ଏହା ଉପରେ ମଧ୍ୟ ସମାଧାନର ଦିଗ କାଢ଼ିବା ପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ଦାବି ପତ୍ରରେ ଉଲ୍ଲେଖ କରାଯାଇଛି। ଭାରତୀୟ ଜନତା ଯୁବମୋର୍ଚା ଜିଲ୍ଲା ସଭାପତି ପ୍ରିତେଶ କୁମାର ବହିଦାର, ବରିଷ୍ଠ କାର୍ଯ୍ୟକର୍ତା ନାରାୟଣ ପୁରୋହିତ, ଆଦିତ୍ୟ କୁମାର ରଥ, ନରେଶ ସୁନ୍ଦର ସାହୁ,କୁନାଲ ପାଣିଗ୍ରାହୀ, ପ୍ରମୋଦ ମେହେର, ରାଜୀବ ଲୋଚନ ବଗର୍ତ୍ତି, କିଶୋର ସାହୁ, ନବକିଶୋର ମେହେର ପ୍ରମୁଖ ସଦସ୍ୟ ଉପସ୍ଥିତ ଥିଲେ।

Advertisement