ପାଟପୁର, ୧୮/୩ (ସପନା ଦାଶ) : କରୋନା ଭାଇରସ ଭାରତରେ ଧୀରେ ଧୀରେ କାୟା ବିସ୍ତାର କରିବାରେ ଲାଗିଛି। ଏହାଠାରୁ ଦୂରେଇ ରହିବା ପାଇଁ ସରକାରୀ ଓ ବେରସକାରୀ ସ୍ତରରେ ଆରମ୍ଭ ହୋଇଯାଇଛି ସଚେତନତା l ତେବେ କରୋନା ଭାଇରସ ସଂକ୍ରମଣରୁ ସୁରକ୍ଷା ପାଇଁ ସାନଖେମୁଣ୍ଡି ବ୍ଲକ ରାଧାଦେଇପୁର ଠାରେ କରୋନା ଭୟାବହ ସଂକ୍ରମିତ ରୋଗ ସମ୍ପର୍କରେ ମଙ୍ଗଳବାର ଏକ ସଚେତନତା କାଯ୍ୟକ୍ରମ କରାଯାଇଥିଲା l
ଏହି କାଯ୍ୟକ୍ରମରେ ଓସ୍କାର୍ଡ ବ୍ୟାଙ୍କ ରାଜ୍ୟ ସଭାପତି ଯୋଗେନ୍ଦ୍ର ସ୍ୱାଇଁ ଙ୍କ ସମେତ ବହୁ ପଞ୍ଚାୟତ ପ୍ରତିନିଧି ଏକାଠି ହୋଇ ସଚେତନତା ସୃଷ୍ଟି କରିଛନ୍ତି l ବିଶେଷ କରି ଦଣ୍ଡ ନାଚ ହେତୁ ବାହାର ପ୍ରଦେଶରୁ ଆସୁଥିବା ବ୍ୟକ୍ତି ସମ୍ପର୍କରେ ସଚେତନ ରହିବା ସଙ୍ଗେ ସଙ୍ଗେ ତୁରନ୍ତ ସନ୍ଧିଧ ବ୍ୟକ୍ତିଙ୍କୁ ଚି଼ହ୍ନଟ କରିବା ପାଇଁ ନିଷ୍ପତି ନିଆଯାଇଛି l
ତା ସଙ୍ଗେ ସଙ୍ଗେ ରୋଗ ଠାରୁ ମୁକୁଳିବା ପାଇଁ ହାତଧୂଆ, ମାସ ପିନ୍ଧିବା, ସଭା ସମିତି ଯାନିଯାତ୍ରା ନକରିବାକୁ ସଚେତନ କରାଯାଇଅଛି l ଏହି କାଯ୍ୟକ୍ରମରେ ରାଧାଦେଇପୁର ସରପଞ୍ଚ ରିତାଞ୍ଜଳୀ ବାରିକ, ସମିତି ସଭ୍ୟା ଜୟଶ୍ରୀ ସ୍ୱାଇଁ, ନାଏବ ସରପଞ୍ଚ ନୀଳାଞ୍ଚଳ ପ୍ରଧାନ, ସରପଞ୍ଚ ପ୍ରତିନିଧି ଟୁନା ବାରିକଙ୍କ ସମେତ ବିଭିନ୍ନ ଅଙ୍ଗନବାଡ଼ି କର୍ମୀ, ଆଶା କର୍ମୀ, ବିଜୁ ଯୁବ ବାହିନୀ ପ୍ରମୁଖ ଉପସ୍ଥିତ ଥିଲେ l