ବେଧଡକ ଚାଲିଛି ଗୁଟ୍ ଖା ବେପାର

285
ADVERTISEMENT

ଜୟପୁର , ୧୫।୩(ସୁକାନ୍ତ ପ୍ରଧାନ ): ରାଜ୍ୟରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଲୋକଙ୍କ ସ୍ୱାର୍ଥ ଦୃଷ୍ଟିରୁ ଗୁଟ୍ ଖା ନିଷେଧ ପାଇଁ ପ୍ରଚାର କରୁଥିବାବେଳେ ତାହା କେବଳ ପ୍ରଚାରରେ ସୀମିତ ରହିଯାଇଛି । ଜୟପୁର ସହରରେ ବେଧଡକ ଭାବେ ଗୁଟ୍ଖା ବେପାରିଙ୍କ ରାଜ ଚାଲିଥିବାବେଳେ ସ୍ଥାନୀୟ ପୋଲିସ୍ ପ୍ରଶାସନ ସବୁ ଜାଣିଶୁଣି ନିରବ ରହୁଥିବା ସାଧାରଣରେ ଦାବି ହେଉଛି । ଏପରିକି ପୋଲିସ ଥାନା ନିକଟରେ ଏଭଳି ବେପାର କରୁଥିବା ନଜିର ରହିଛି । ଏଥିପ୍ରତି ଉଚ୍ଚ ପ୍ରସାଶନ ଅଧିକାରୀ ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହୋଇଛି

Advertisement