ତାଳଚେର ସମେତ ୫ଟି ସାର କାରଖାନାର ପୁନରୁଦ୍ଧାର କରାଯିବ

247
ADVERTISEMENT

ନୂଆଦିଲ୍ଲୀ, ୧୪/୦୩ (ଡ଼ିଏଚ) :  ଦେଶରେ ବନ୍ଦ ପଡିରହିଥିବା ୫ଟି ସାର କାରଖାନକୁ ସରକାର ପୁନରୁଦ୍ଧାର କରିବା ଲାଗି ସ୍ଥିର କରିଛନ୍ତି । ଫର୍ଟିଲାଇଜର କର୍ପୋରେସନ ଅଫ ଇଣ୍ଡିଆ ଲିମିଟେଡ (ଏଫସିଆଇଏଲ) ଅଧୀନରେ ଥିବା ତାଳଚେର, ରାମଗୁଣ୍ଡମ, ଗୋରଖପୁର ଏବଂ ସିନ୍ଦ୍ରୀ ସହିତ ହିନ୍ଦୁସ୍ତାନ ଫର୍ଟିଲାଇଜର କର୍ପୋରେସନ ଲିମିଟେଡ (ଏଫସିଆଇଏଲ) ଅଧୀନରେ ଥିବା ବରୌନୀ ସାର କାରଖାନାର ପୁନରୁଦ୍ଧାର କରାଯିବ ।

ମନୋନୀତ ରାଷ୍ଟ୍ରାୟତ ଉଦ୍ୟୋଗଗୁଡିକୁ ନେଇ ଯୌଥ ଉଦ୍ୟୋଗ ଗଠନ କରାଯାଇ ବାର୍ଷିକ ୧୨.୭ ଲକ୍ଷ ମେଟ୍ରିକ ଟନ ଉତ୍ପାଦନ କ୍ଷମତା ବିଶିଷ୍ଟ ୟୁରିଆ ଆମୋନିଆ କାରଖାନା ପ୍ରତିଷ୍ଠା କରାଯିବ । ସେପ୍ଟେମ୍ବର ୨୦୨୩ ସୁଦ୍ଧା ଏଗୁଡିକ କାର୍ୟ୍ୟକ୍ଷମ ହେବାର ଆଶା କରାଯାଉଛି ।

ଏହି କାରଖାନାଗୁଡିକୁ ପୁନରୁଦ୍ଧାର କରାଯିବା ଦ୍ୱାରା ୟୁରିଆର ସ୍ୱଦେଶୀ ଉତ୍ପାଦନ ବାର୍ଷିକ ୬୩.୫ ଲକ୍ଷ ମେଟ୍ରିକ ଟନକୁ ବୃଦ୍ଧି ପାଇବା ସହିତ ୟୁରିଆ ଆମଦାନୀ ହ୍ରାସ ପାଇବ ।

ରାଜ୍ୟସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତରରେ ଆଜି କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଶ୍ରୀ ଡି.ଭି.ସଦାନନ୍ଦ ଗୌଡା ଏହି ସୂଚନା ଦେଇଛନ୍ତି ।

Advertisement