କୋରାପୁଟ, ୧୩।୩(ସୁନୀଲ ଦାଶ ): ସମଗ୍ର ବିଶ୍ୱରେ କୋରନା ଆତଙ୍କ ଦେଖା ଦେଇଥିବା ବେଳେ ସମଗ୍ର ଅବିଭକ୍ତ କୋରାପୁଟ ଜିଲ୍ଲାରେ ଖେଳିଯାଇଛି କୋରନା ଭୁତାଣୁର ଆତଙ୍କ ଓ ଭୟ l ସୂଚନା ଅନୁସାରେ କିଛି ଦିନ ତଳେ ଜଣେ ବ୍ୟକ୍ତି କଲିକତାରୁ ମାଲକାନଗିରି ଫେରିଥିଲେ l ସେ କଲିକତା ସ୍ଥିତ ଗୋଟିଏ ଇସ୍କନ ମନ୍ଦିରରେ କେତେ ବର୍ଷ ହେଲା କାର୍ଯ୍ୟରତ ଥିଲେ l ମନ୍ଦିରରେ ଆସୁଥିବା ବିଦେଶୀ ପର୍ଯ୍ୟଟକଙ୍କ ସଂସ୍ପର୍ଶ ରେ ଆସୁଥିବା ଯୋଗୁଁ ସେ ଭୟରେ ମାଲକାନଗିରି ଫେରିଆସିଥିଲେ l ଘରକୁ ଆସିବା ପରେ ତାଙ୍କୁ ଥଣ୍ଡା, କାଶ ଏବଂ ଛିଙ୍କ ଆରମ୍ବ ହୋଇଥିଲା l ଥଣ୍ଡା, କାଶ ଛାଡୁନଥିବା ଯୋଗୁଁ ପରିବାର ଲୋକେ ଭୟରେ ତାଙ୍କୁ ମାଲକାନଗିରି ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ l ସେଠାକାର ଡ଼କ୍ଟର ତାଙ୍କୁ ସ୍ୱତନ୍ତ୍ର ଆଇସୋଲେସନ ୱାର୍ଡ ରେ ରଖି ତାଙ୍କ ଚିକିଛା ଆରମ୍ଭ କରିଥିଲେ l ଥଣ୍ଡା କାଶ ଛାଡୁ ନଥିବା ଯୋଗୁଁ କୋରନା ଭୁତାଣୁ ସନ୍ଦେହ ରେ ରକ୍ତ ନମୁନା ପରୀକ୍ଷା ପାଇଁ କୋରାପୁଟ ଏସ. ଏଲ.ଏନ ମେଡିକାଲ କଲେଜ କୁ ସ୍ଥାନନ୍ତର କରିବା ପାଇଁ ପରାମର୍ଶ ଦେଇଥିଲେ l ଉକ୍ତ ବ୍ୟକ୍ତି ମୋତେ ଖାଲି ଥଣ୍ଡା ଜ୍ଵର ହୋଇଛି କହି ମୌକାଦେଖି ସ୍ୱାସ୍ଥ୍ୟକେନ୍ଦ୍ର ର ୱାର୍ଡରୁ ଚମ୍ପଟ ମାରିଥିଲେ l ଏହା ଜାଣିବା ପରେ ସି. ଡି. ଏମ. ଓ. ଡ଼. ଶିବ ପ୍ରସାଦ ମହାରଣା ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ସନ୍ଦିଗ୍ଧ ଙ୍କ ଘରକୁ ପଠାଇଥିଲେ ଏବଂ ବହୁତ ବୁଝା ସୁଝା ପରେ ଚିକିଛା ପାଇଁ ରାଜି କରାଇଥିଲେ l ଏଣେ ସେହିପରି କୋରାପୁଟ ଜିଲ୍ଲାର ବୈପାରୀଗୁଡା ରେ କେରଳ ରୁ ଆସିଥବା ଜଣେ ଦାଦନ ଶ୍ରମିକ ଥଣ୍ଡା ଏବଂ ବେକରେ ଗଣ୍ଠିଘା ବାହାରିବାରୁ ସନ୍ଦେହ ଘେରରେ ରହିଅଛି ଏବଂ କୋରାପୁଟ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରେରେ ଚିକିତ୍ସିତ ହେଉଛି କିନ୍ତୁ ଏଯାଏଁ କୋରନା ଭୁତାଣୁ ର କିଛି ସୂଚନା ମିଳିନି l ଏଣେ କୋରନା ର ଭୟାବହ ତାଣ୍ଡବ ର ଆତଙ୍କ ସମଗ୍ର ଅବିଭକ୍ତ କୋରାପୁଟ ଜିଲ୍ଲା ରେ ଦେଖିବାକୁ ମିଳୁଛି l