ଡିଜିଟାଲ ମିଡ଼ିଆ ଆସୋସିଏସନ ଅଫ ଓଡିଶା ରାଜ୍ୟରେ ପ୍ରଥମ ୱେବ ସାମ୍ବାଦିକ ସଂଘ : ନୂତନ ସଂଘକୁ ସ୍ୱାଗତ

310
ADVERTISEMENT


ବ୍ରହ୍ମପୁର, ୧/୩ (ବ୍ୟୁରୋ ) : ୱେବ ମିଡ଼ିଆ ବା ଡିଜିଟାଲ ମିଡ଼ିଆର କିଛି ସାମ୍ବାଦିକଙ୍କୁ ନେଇ ଭୁବନେଶ୍ୱର ଠାରେ ଆଜି ୱେବ ମିଡ଼ିଆ ୟୁନିୟନ ନାମକ ଏକ ସଂଘ ଗଠନ ହେଲା ବୋଲି ଉକ୍ତ ସଂଗଠନ ତରଫରୁ ଗଠନ କରାଯାଇଥିବା ଏକ ଗୃପରେ ସମ୍ବାଦ ଟିଏ ପୋଷ୍ଟ କରାଯାଇଛି । ଯାହାକି ୱେବ ମିଡ଼ିଆ ସାମ୍ବାଦିକଙ୍କ ବୃତ୍ତିଗତ ସ୍ୱାର୍ଥରକ୍ଷାକରିବ ବୋଲି କୁହାଯାଇଛି ।

ଡିଜିଟାଲ ମିଡ଼ିଆ ଆସୋସିଏସନ ଅଫ ଓଡିଶା ନାମକ ଅନ୍ୟ ଏକ ସଂଗଠନ ୱେବ ମିଡ଼ିଆ ବା ଡିଜିଟାଲ ମିଡ଼ିଆର ସାମ୍ବାଦିକ ମାନଙ୍କୁ ଏକଜୁଟ କରିବା ପାଇଁ ସର୍ବ ଭାରତୀୟ ସ୍ତରରେ ଉଦ୍ୟମ କରୁଥିବା ବେଳେ ଗତ ଏକ ବର୍ଷରୁ ଅଧିକ ସମୟ ହେବ ଏହା ରାଜ୍ୟର ପ୍ରଥମ ଡିଜିଟାଲ ମିଡ଼ିଆ ପ୍ଲାଟ୍ ଫର୍ମ ଭାବେ ଆତ୍ମ ପ୍ରକାଶ କରି ଡିଜିଟାଲ ମିଡ଼ିଆର ବୃତ୍ତିଗତ ଅଧିକାର ପାଇଁ ସର୍ବ ଭାରତୀୟ ସ୍ତରରେ ଉଦ୍ୟମ ଆରମ୍ଭ କରାଯାଇଛି ।

ମିଡ଼ିଆ ଉପଦେଷ୍ଠାଭବେ ପ୍ରବୀଣ ଅଭିଜ୍ଞ ଏକ ଉଛ ସ୍ଯାକ୍ତି ସମ୍ପନ ଏକ ଉପଦେଷ୍ଠା ମଣ୍ଡଳୀ ରହିଥିବା ବେଳେ ଅନ୍ୟତମ ପ୍ରବୀଣ ସାମ୍ବାଦିକ ରମେଶ ଚନ୍ଦ୍ର ପାତ୍ର ସଂଗଠନର ସଭାପତି ଏବଂ ଖିରୋଦ ଚନ୍ଦ୍ର ବେହେରା ସମ୍ପାଦକ ଭାବେ ନିର୍ବାଚିତ ହେବା ସହ ଆଉ ଏଗାର ଜଣ ସଭ୍ୟ ବିଭିନ୍ନ ପଦ ପଦବୀରେ ରହିଛନ୍ତି । ଆଜି ସୁଦ୍ଧା ଏହି ସଂଗଠନର ୩୫ଜଣ ବ୍ୟକ୍ତି ସାଧାରଣ ସଭ୍ୟ ଭାବେ ରହିଛନ୍ତି ଏବଂ ୫୩ଜଣ ସଭ୍ୟ ଭୁକ୍ତ ହେବା ପାଇଁ ଆବେଦନ କରିଛନ୍ତି । ଏହି ସଙ୍ଗଠନରେ ସଭ୍ୟ ଭୁକ୍ତ ହେବା ପାଇଁ ସଙ୍ଗଠନର ସଭ୍ୟ ନିୟମା ବଳିର ପରିସର ଅନ୍ତଭୁକ୍ତ ହେବା ବାଧ୍ୟତା ମୂଳକ ରଖାଯାଇଛି । ଏକ ଉଚ୍ଚ ଶକ୍ତି ସମ୍ପର୍ଣ୍ଣ ପରାମର୍ଶ ବିଚାରକ ମଣ୍ଡଳୀ ଦ୍ୱାରା ସଭ୍ୟଙ୍କ ବୃତ୍ତିଗତ ଦକ୍ଷତାକୁ ବିଚାରକୁ ନେଇ ସଭ୍ୟ ପଦ ଗ୍ରହଣ କରାଯାଇଥାଏ ।

ଏହାର ପଞ୍ଜିକରଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଖୁସିର କଥା ସେହି ଏକ ଢଙ୍ଗରେ ଆଉ ଏକ ସଂଗଠନ ୱେବ ମିଡ଼ିଆ ସଂଗଠନ ସାମ୍ବାଦିକଙ୍କ ସ୍ୱାର୍ଥରକ୍ଷା ପାଇଁ ଆଗେଇ ଆସିବା ଖୁସିର କଥା ବୋଲି ଡିଜିଟାଲ ମିଡ଼ିଆ ଆସୋସିଏସନ ଅଫ ଓଡ଼ିଶାର ସମ୍ପାଦକ ରମେଶ ଚନ୍ଦ୍ର ପାତ୍ର ଏବଂ ସାଧରଣ ସମ୍ପାଦକ ଖିରୋଦ ଚନ୍ଦ୍ର ବେହରା, ରାଜ୍ୟ ସଂଯୋଜକ ଜୀବନାନନ୍ଦ କର, ଏକ ମିଳିତ ପ୍ରେସ୍ ବିବୃତିରେ ନୂତନ ସଙ୍ଗଠନକୁ ଅଭିନନ୍ଦନ ଜଣାଇଛନ୍ତି ।

Advertisement