ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଜାତୀୟ ବିଜ୍ଞାନ ଦିବସ ପାଳିତ

484
ADVERTISEMENT

ବଡ଼ବିଲ, ୨୯/୨(ସୀତାରାମ ଦିଖିତି) : ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ବଡ଼ବିଲ ଠାରେ ଜାତୀୟ ବିଜ୍ଞାନ ଦିବସ ପାଳିତ ହୋଇଯାଇଛି।ଏହିଦିନ ବୈଜ୍ଞାନିକ ଚନ୍ଦ୍ରଶେଖର ଭେଙ୍କଟରମଣ ‘ରଞ୍ଜନରଶ୍ମି’ର ଉଦ୍ଭାବନ କରିଥିଲେ। ସଭକାର୍ଯ୍ୟରେ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଡମ୍ବରୁଧର ମହାନ୍ତ ଓ ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ବିଜୟ କୁମାର ମହାନ୍ତ ଛାତ୍ରଛାତ୍ରୀଙ୍କୁ ଅଭିଭାଷଣ ପ୍ରଦାନ କରିଥିଲେ।

ଛାତ୍ରଛାତ୍ରୀଙ୍କୁ ଶିଶୁବର୍ଗ ବାଲ ବର୍ଗ ଓ କିଶୋର ବର୍ଗରେ ଭାଗ କରାଯାଇ ବିଜ୍ଞାନ ପ୍ରକଳ୍ପ ବୈଜ୍ଞାନିକ ମାନଙ୍କ ଫୋଟୋ ଚିତ୍ର ପ୍ରଦର୍ଶନ ଓ ଖବରକାଗଜରୁ ବିଜ୍ଞାନ ତଥ୍ୟ ସଂଗ୍ରହ ଆଦି ପ୍ରତିଯୋଗିତା କରାଯାଇ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା

ସଭକାର୍ଯ୍ୟର ଶେଷରେ ଆଚାର୍ଯ୍ୟ ଶ୍ରୀମାନ ନରେଶ କୁମାର ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ବିଜ୍ଞାନ ଆଚାର୍ଯ୍ୟ/ଆଚାର୍ଯ୍ୟ ଯଥା ବୈକୁଣ୍ଠ ମହାନ୍ତ,ଗଣେଶ ମହାନ୍ତ,ମଦନମୋହନ ସାମଲ,ଚନ୍ଦନ ମହାନ୍ତ,ଯଶୋବନ୍ତ ଦେହୁରୀ,ଅପରାଜିତା ଶତପଥୀ,ବବିତା ପ୍ରଧାନ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Advertisement