ନୂଆଦିଲ୍ଲୀ, ୨୮/୨ (ପିଆଇବି) : ଜାତୀୟ ବିଜ୍ଞାନ ଦିବସ ଉପଲକ୍ଷେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । “ଜାତୀୟ ବିଜ୍ଞାନ ଦିବସର ତାତ୍ପର୍ୟ୍ୟ ହେଉଛି ଆମ ବୈଜ୍ଞାନିକମାନଙ୍କ ଦକ୍ଷତା ଓ କାର୍ୟ୍ୟନିପୂଣତାକୁ ସମ୍ମାନ ଜଣାଇବା । ସେମାନଙ୍କର ନିଷ୍ଠା ଓ ଗବେଷଣା ଦେଶ ତଥା ବିଶ୍ୱର ପ୍ରଗତିରେ ସହାୟକ ହୋଇଛି । ଭାରତୀୟ ବିଜ୍ଞାନ ଆହୁରି ସମୃଦ୍ଧ ହେଉ ଏବଂ ଯୁବକ ଯୁବତୀମାନଙ୍କର ବୈଜ୍ଞାନିକ ଚିନ୍ତା ଓ ଚେତନା ବୃଦ୍ଧି ହେଉ ।
ଭାରତ ସରକାର ବିଜ୍ଞାନ ଏବଂ ନବୋନ୍ମେଷର ବିକାଶ ଲାଗି ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି। ମୁଁ ଗତ ଭାରତୀୟ ବିଜ୍ଞାନ କଂଗ୍ରେସରେ ବିଜ୍ଞାନ ଓ ପ୍ରଯୁକ୍ତିର ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋଚନା କରିଥିଲି”, ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।