କୁକୁଡାଖଣ୍ଡି, ୨୫ା୨(ଇ.ରଞ୍ଜନ): କୁକୁଡାଖଣ୍ଡି ବ୍ଳକର ଜଗଦଳପୁର ଏବଂ ଗୁରୁଣ୍ଠି ପଞ୍ଚାୟତରେ ସରକାରଙ୍କ ବିଭିନ୍ନ ଯୋଜନାରେ ହିତାଧିକାରୀମାନଙ୍କୁ ଦିଆଯାଉଥିବା ବାସଗୃହ ଗୁଡିକରେ ପାଣି, ବିଦୁ୍ୟତ୍, ଡ୍ରେନେଜ୍ ଏବଂ ରାସ୍ତାର କୌଣସି ବ୍ୟବସ୍ଥା ନଥିବା ବେଳେ ଗୃହ ଯୋଗାଣରେ ବ୍ୟାପକ ଅନିୟମିତତା ରହିଥିବା ଅଭିଯୋଗ ହେଉଛି । ରାଜନୈତିକ ପ୍ରଭାବଶାଳୀ ବ୍ୟକ୍ତିମାନେ ହିତାଧିକାରୀଙ୍କ ଠାରୁ ଗୃହ ଯୋଗାଇବା ପାଇଁ ମୋଟା ଅଙ୍କର ଟଙ୍କା ଦାବି କରୁଥିବା ଏବଂ ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡିଛି । ଜିଲ୍ଲା ପ୍ରଶାସନ ଏବଂ ଦୁର୍ନୀତି ନିବାରଣ ବିଭାଗ ତରଫରୁ ତଦନ୍ତ ହେଲେ ବହୁ ଅଜଣା ତଥ୍ୟ ପଦାରେ ପଡିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।