କଲନରା,୨୪।୨(ଆମସା ହେପ୍ରୁକା) : ଜିଲାର କଲନରା ବ୍ଳକ୍ ର ଥେରୁବାଲି ଟାଊନ୍ ଠାରେ ଆଜି ଭାରତ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ସୂଚନା ଯୋଗ୍ୟ‐ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ଆରକ୍ଷଣ ବିରୁଦ୍ଦରେ ଦେଇଥିବା ରାୟ ପ୍ରତିବାଦରେ , ଏସସି /ଏସଟି /ଓ.ବି.ସି & ମାଇନାରୀଟି ସମାଜ ତରଫରୁ ଏକତା ହୋଇ, ସମ୍ବିଧାନ ବଂଚାଅ, ଭାରତ ବଞ୍ଚାଅ, ଆରକ୍ଷଣ ଆମର ସମ୍ବିଧାନିକ ଅଧିକାର ଦାବିନେଇ କଲନରା ବ୍ଳକ୍ ର ଥେରୁବାଲି ଠାରେ ଶାନ୍ତି ପୂର୍ଣ୍ଣ ଭାବରେ ଦୋକାନ ବଜାର ବନ୍ଦ କରି ଭାରତ ବନ୍ଦର ସଫଳ ରୂପାୟନ କରିଥିଲେ ।