ଓଡ଼ିଶାର ପ୍ରଥମ କୋରିଆନ ଜଳ ଏଟିଏମ୍ : ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରେ

464
ADVERTISEMENT

କଟକ,୨୧।୨(ଗୁରୁ ପ୍ରସାଦ ଦାସ ) : ଦୂଷିତ ଜଳ ସମସ୍ତ ରୋଗ ସୃଷ୍ଟିର ଅନ୍ୟତମ ମୁଖ୍ୟକାରଣ ହୋଇଥିବା ବେଳେ କୋରିଆ ବୈଜ୍ଞାନିକ ମାନେ ଏକ ବିଶେଷ ଜଳ ବିଶୋଧନ କାରୀ ଯନ୍ତ୍ର “ଜଳ ଏଟି.ଏମ” ନିର୍ମାଣ କରିଛନ୍ତି । ଏହି ଯନ୍ତ୍ର ପ୍ରଚଳିତ ସମସ୍ତ ବିଶୋଧନ କାରୀ ଯନ୍ତ୍ର ଠାରୁ ଅତି ଉନ୍ନତ ବୋଲି କଟକର ଭକ୍ତ ହରି ନାମକ ଜଣେ ଯୁବକ କହିଛନ୍ତି । ସେ ଏହି ଯନ୍ତ୍ରକୁ ହରିପୁର ଠାରେ ପ୍ରତିଷ୍ଠା କରିଛନ୍ତି । ମାଗଣାରେ ସେହି ବିଶୁଦ୍ଧ ଜଳ ଜନ ସାଧାରଣଙ୍କୁ ଯୋଗାଇଦେଉଥିବା ଆମ ପ୍ରତିନିଧି ଗୁରୁପ୍ରସାଦ ଦାସଙ୍କୁ କହିଛନ୍ତି । ସେହି ଜଳ ପାନ କରି ଜଣେ 12 ବର୍ଷର ବାଳକର ଦୃଷ୍ଟି ଶକ୍ତି ବୃଦ୍ଧି ପାଇଥିବା ବେଳେ ,ଜଳ ପାନକାରୀଙ୍କ ଶରୀରରେ ଏହି ଜଳ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇଥିବା ସେ ଦାବି କରିଛନ୍ତି । ଏହି ଜଳ ଏଟି.ଏମ ଓଡ଼ିଶାରେ ପ୍ରଥମ ବୋଲି ସେ କହିଛନ୍ତି ।

Advertisement