ବାଲେଶ୍ଵର,୨୦/୨(ନରେନ୍ଦ୍ର ପ୍ରସାଦ ବେହେରା): ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ ଡଗରପଡା ଠାରେ ଥିବା ବିବେକ ଭାରତୀ ସେବାଶ୍ରମର ୨୧ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସେବାଶ୍ରମ କମିଟିର ସଭାପତି ବନମାଳି ଦଳାଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ କଟକ ଚହଟା ରାମନିଗମେଶ୍ଵର ଆଶ୍ରମର ଅଧ୍ୟକ୍ଷ ସ୍ୱାମୀ ଅସୀମାନନ୍ଦ ସରଶ୍ଵତୀ, ଚାନ୍ଦଗୋଛି ମଠର ଇଷ୍ଟବନ୍ଧୁ ମହାରାଜ, ଡାକ୍ତର ସୃଷ୍ଟିଧର ପାଢୀ, କୈଳାସ ଚନ୍ଦ୍ର ନାୟକ, ଭଦ୍ରକରୁ ଫାରୁକ୍ ଜୀ ଓ ଉପେନ୍ଦ୍ର ପ୍ରସାଦ ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ମାଧ୍ୟମରେ ବହୁ ମୂଲ୍ୟବାନ କଥା ଶୁଣାଇଥିଲେ ।

ସାଧୁସନ୍ଥ ଓ ସମାଜସେବୀମାନଙ୍କ ଦ୍ୱାରା ଦେଶପ୍ରେମ ଆଧାରିତ ଓ ଆଧ୍ୟାତ୍ମିକ ଉପଦେଶ ଗୁଡିକୁ ଶୁଣିବା ପାଇଁ ୩ ହଜାରରୁ ଉର୍ଦ୍ଧ୍ଵ ଲୋକଙ୍କ ସମାଗମ ହୋଇଥିଲା । ଛାତ୍ର ଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଅଜୟ ପ୍ରଧାନ ସଭା କାର୍ଯ୍ୟ ପରିଚାଳନା କରିଥିଲା ବେଳେ ବାର୍ଷିକ ବିବରଣୀ ପାଠ କରିଥିଲେ ହେମକାନ୍ତ ଶିଅ । ସ୍ୱାମୀ ଗଣେଶାନନ୍ଦ ପୁରୀ ସ୍ୱାଗତଭାଷଣ ଦେଇଥିବା ବେଳେ ମିନାକ୍ଷୀ ଦଳାଇ, ପ୍ରଜ୍ଞା ପାକଳ,ରାମଦାସ ଭାରତ,ସତ୍ୟପ୍ରକାଶ ଭାରତ, ନିତ୍ୟାନନ୍ଦ ଭାରତ, ଅକ୍ଷୟ ଦାଶ ଓ ଜିତେନ୍ଦ୍ର ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।