ତାଳଚେର,୧୯।୨(ପ୍ରବୀଣ କୁମାର ଦାସ ) : ତାଳଚେର ମେଡିକାଲ କଲେଜ ଏବେ ଅସାମାଜିକ ମାନଙ୍କର ଅଡ୍ଡାସ୍ଥଳୀରେ ପରିଣତ ହୋଇଛି। ତାଳଚେର କୋଲ୍କିୟାରୀ ପୋଲିସ ଦ୍ୱାରା ୯ଜଣ ଜୁଆଡି ଗିରଫ ହେଲା ପରେ ଏବେ ତାଳଚେର ସହରରେ ଥିବା ମେଡିକାଲ କଲେଜ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।
ତାଳଚେର ଠାରେ ମହାନଦୀ କୋଲ ଫିଲଡ ତରଫରୁ ଏକ ମେଡିକାଲ କଲେଜ ନିର୍ମାଣ କରାଯାଇଥିଲେ ମଧ୍ୟ ତାହା ଲୋକ ମାନଙ୍କ ସେବାରେ ଲାଗିପାରୁ ନାହିଁ। ଏହାର ନିର୍ମାଣ କାର୍ଯ୍ୟ କେବେଠାରୁ ସରିଥିଲେ ମଧ୍ୟ ରାଜ୍ୟ ସରକାର ଓ ଏମ.ସି.ଏଲ ମଧ୍ୟରେ ଏହାର ପରିଚାଳନା ଭାର କିଏ ନେବ ତାହା ନିଷ୍ପତ୍ତି ହୋଇପାରୁନାହିଁ। ତେଣୁ ଏହା ଭୂତ କୋଠିରେ ପରିଣତ ହୋଇଛି।ଏହାର ସୁଯୋଗ ନେଇ ତାଳଚେରର ୯ ଜୁଆଡି ସେଠାରେ ପ୍ରତ୍ୟେକ ଦିନ ଜୁଆଖେଳର ଆସର ଜମେଇ ଥାନ୍ତି। ତାଳଚେର କୋଲିୟରୀ ପୋଲିସ ସେଠାରେ ଛାପାମାରି ଏହି ୯ ଜଣ ଜୁଆଡ଼ିଙ୍କୁ ଗିରଫ କରିଥିଲା।ପ୍ରଦୀପ ସାହୁ,ପଣ୍ଡିତ ସାହୁ,ଉମେଶ ସ୍ୱାଇଁ,ଅଶୋକ ବେହେରା,ସୁଦର୍ଶନ ପ୍ରଧାନ, ଦୁଷ୍ମନ୍ତ ବେହେରା,ସୁଦର୍ଶନ ପ୍ରଧାନ, ରାଜବଲହବ ନାଏକ,ସୁଧୀର ନାଏକ। ସେମାନଙ୍କ ଠାରୁ ୮୬୯୨0 ଟଙ୍କା ଓ ୪ ଟି ମଟର ସାଇକେଲ ଜବତ କରାଯାଇଛି।