ମୟୁରଭଞ୍ଜ ,୧୮/୨(ସୀତାରାମ ଦୀକ୍ଷିତ) : ପିଇବା ପାଣି ଯୋଗାଣ ଦାବିରେ ରାଜରାସ୍ତା ଅବରୋଧ କଲେ ମହିଳା। ତେବେ ଲଗାତାର ଭାବେ ପ୍ରାୟ ୩ ମାସରୁ ଉର୍ଦ୍ଧ୍ବ ହେବ ପିଇବା ଜଳଯୋଗାଣ ଦିଗରେ ବିଭାଗର ଦାୟୀତ୍ବହୀନତା ଯୋଗୁଁ ବାସିନ୍ଦା ମାନେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏଦିଗରେ ପଦକ୍ଷେପ ନେବାକୁ ଅନୁରୋଧ କରିଥିଲେ ମଧ୍ୟ କର୍ଣ୍ଣପାତ କରିନଥିଲେ ବିଭାଗୀୟ ଅଧିକାରୀ। ଯୋଉଥିପାଇଁ ଅତିଷ୍ଠ ହୋଇ ବସ୍ତିବାସିନ୍ଦା ଚରମ ନିଷ୍ପତ୍ତି ନେଇଛନ୍ତି।ଦିର୍ଘଦିନରୁ ପାଣି ସପ୍ଲାଇ ଆସୁନଥିବାରୁ ବିଭାଗୀୟ ଅବହେଳାକୁ ଦାୟିକରି ତାତିଲେ ବାରିପଦା ୧୩ ନମ୍ବର ଓ୍ବାର୍ଡର ବସ୍ତି ବାସିନ୍ଦା । ଆଜି ସକାଳ ୮.୩୦ ମିନିଟ ସମୟରେ ଶତାଧିକ ମହିଳା ଗଗରା ବାଲଟି ରଖି ବାରିପଦା ରେଲୱେ ଷ୍ଟେସନ ସମ୍ମୁଖରେ ରାସ୍ତା ବନ୍ଦ କରି ଧାରଣାରେ ବସିଛନ୍ତି । ଦୀର୍ଘଦିନରୁ ପାଣି ଆସୁନଥିବାରୁ ଏଠାକାର ବସିନ୍ଦା ନାହିଁନଥିବା ଅସୁବିଧା ଭୋଗୁଛନ୍ତି । ଏବାବଦରେ ବାରମ୍ବାର ଉଚ୍ଚ ପଦସ୍ଥ କର୍ମଚାରୀଙ୍କ ଦ୍ବାରସ୍ଥ ହୋଇ ନିରାସ ହେବାରୁ ଆଜି ବାଧ୍ୟ ହୋଇ ସହରର ମୁଖ୍ୟରାସ୍ତାକୁ ବନ୍ଦ କରି ବସିଛନ୍ତି । ଯେ ପର୍ଯ୍ୟନ୍ତ ତାଙ୍କ ସ୍ଥାୟୀ ସମାଧାନ କରା ନଯାଇଛି ସେ ପର୍ଯ୍ୟନ୍ତ ରାସ୍ତାରୁ ଉଠିବେ ନାହିଁ ବୋଲି କହିଛନ୍ତି ।