ପୁଲବାମା ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି : ରୋଲାଣ୍ଡ ଫାର୍ମାସି କଲେଜରେ ନିରବ କ୍ୟାଣ୍ଡେଲ ଶୋଭାଯାତ୍ରା

267
ADVERTISEMENT


ବ୍ରହ୍ମପୁର,୧୬/୨(ବ୍ୟୁରେ।) : ଗତବର୍ଷ ଫେବ୍ରୁଆରୀ ୧୪ ତାରିଖରେ ଜମ୍ମୁକାଶ୍ମୀରର ପୁଲବାମା ଠାରେ ଏକ ଆତ୍ମଘାତୀ ଆକ୍ରମଣ ଭାରତୀୟ ସେନାର ଚାଲିଶିରୁ ଅଧିକ ସୈନିକ ପ୍ରାଣ ହରାଇଥିଲେ ।

ସେମାନଙ୍କ ପ୍ରାଣବଳୀକୁ ସମ୍ମାନ ଜଣାଇ ରୋଲାଣ୍ଡ ଫାର୍ମାସି କଲେଜର ଛାତ୍ରଛାତ୍ରୀ ଏବଂ ଶିକ୍ଷକ ତଥା ଅଣ ଶିକ୍ଷକ କର୍ମଚାରୀମାନେ ଏକ ନିରବ ଶୋଭାଯାତ୍ରାରେ କଲେଜ ପରିସରରୁ ବାହାରି ଖୋଦାସିଙ୍ଗି ପର୍ଯ୍ୟନ୍ତ କ୍ୟାଣ୍ଡେଲ ଧରି ଯାଇଥିଲେ । ଶୋଭାଯାତ୍ରା ଶେଷରେ କଲେଜ ପରିସରରେ କ୍ୟାଣ୍ଡେଲ ଜଳାଇ ବୀର ସିପାହୀ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମ ଅନୁଷ୍ଠାନର ରିପୋନୋଭା କ୍ଲବ ଦ୍ଵାରା ଆୟୋଜିତ ହୋଇଥିଲା ।

ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ ଉଦବୋଧନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଦୁଇ ମିନିଟର ନିରବ ପ୍ରାର୍ଥନା କରାଯାଇଥିଲା । କାର୍ଯ୍ୟକ୍ରମକୁ ଅଧ୍ୟାପକ ଶ୍ରୀ ରବିନାରାୟଣ ରଣା ସଂଯୋଜିତ କରିଥିଲେ । ସମସ୍ତ ଶିକ୍ଷକ ଉପସ୍ଥିତ ଥିଲେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଦେଶାତ୍ମବୋଧ ଦେଖଣହାରୀଙ୍କ ଦ୍ଵାରା ଉଚ୍ଚପ୍ରଶଂସିତ ହୋଇଥିଲା ।

Advertisement