ଶ୍ୟାମାଖୁଣ୍ଟା ତହସିଲ :ବସୁନ୍ଧରା ଯୋଜନା ବ୍ୟାପକ ଅନିୟମିତତା

341
ADVERTISEMENT

 ମୟୁରଭଞ, ୧୪/୨(ସୀତାରାମ ଦୀକ୍ଷିତ) : ମୟୂରଭଞ୍ଜ ଜିଲ୍ଲା ଶ୍ୟାମାଖୁଣ୍ଟା ତହସିଲ ଅଞ୍ଚଳରେ ବସୁନ୍ଧରା ଯୋଜନା ମାଧ୍ୟମରେ ଭୂମିହୀନ ମାନଙ୍କୁ ଚାରି ଡେସିମିଲ ବାସପଯୋଗୀ ଜମି ଯୋଗାଇ ଦିଆଯାଇଥିଲା ବେଳେ ଏଥିରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରି ଆଜି ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ତହସିଲ କାର୍ଯ୍ୟାଳୟ ଘେରାଉ କରିଥିବା ଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଏହି ଜମିପଟ୍ଟା ପ୍ରଦାନରେ ସଠିକ ମାନଦଣ୍ଡ ଗ୍ରହଣ କରାଯାଇ ନ ଥିବାର ଅଭିଯୋଗ କରିବା ସହ ସ୍ଥାନୀୟ ତହସିଲ ଅଫିସ ଘେରାଉ କରିଥିଲେ। ଆନ୍ଦୋଳନକାରୀଙ୍କ ଅଭିଯୋଗ ଅନୁଯାୟୀ ଏହି ଜମିପଟ୍ଟା ଗୋଟିଏ ପରିବାରର ଜଣକୁ ଦେବା ବଦଳରେ ଦୁଇଜଣଙ୍କୁ ପ୍ରଦାନ କରାଯାଇଥିବା ଓ ଯେଉଁ ପରିବାରର ନିଜସ୍ୱ ଜମି ରହିଛି ସେଭଳି ପରିବାରକୁ ମଧ୍ୟ ପ୍ରଦାନ କରାଯାଇଛି। ତେଣୁ ଏହାର ବିରୋଧ କରି ସମସ୍ତ ଗ୍ରାମବାସୀଙ୍କୁ ଚାରି ଡେସିମିଲ ଜମିପଟ୍ଟା ପ୍ରଦାନ କରିବା ପାଇଁ ଦାବି ହୋଇଛି। ତେବେ 2006 ମସିହାରେ ଦୁଧିଅଷୋଳ ପଂଚାୟତରେ ଭୂମିହୀନ କାଳନ୍ଦୀ ସମ୍ପ୍ରଦାୟର ଲୋକମାନଙ୍କୁ ବସୁନ୍ଧରା ଯୋଜନାରେ ଜମି ପ୍ରଦାନ ହୋଇଥିଲା କିନ୍ତୁ ଏହି ପଟ୍ଟା ପ୍ରଦାନରେ ଅନିୟମିତ ହୋଇଥିବା ଅଭିଯୋଗରେ ଆଜି ତହସିଲ ଘେରାଉ କରିଥିଲେ ସ୍ଥାନୀୟ ବାସିନ୍ଦା।

Advertisement