ମୟୂରଭଞ୍ଜ, ୧୪/୨(ସୀତାରାମ ଦୀକ୍ଷିତ) : ବାରିପଦା ରେଞ୍ଜ ଅଧିନ ବାରିପଦା-ଉଦଳା ମୁଖ୍ୟ ରାସ୍ତା ଟିଟିଆ ଛକ ନିକଟରୁ ଏକ ଅଟୋରୁ ଦୁଇଟି ହାତୀଦାନ୍ତ ଜବତ, ୫ଗିରଫ। ଏହି ହାତୀଦାନ୍ତର ଓଜନ ୭୦୦ ଏବଂ ୬୦୦ଗ୍ରାମ ଅଟେ । ଗିରଫ ହୋଇଥିବା ୫ ଅଭିଯୁକ୍ତ କୁଣ୍ଡାବାଇ ଅଞ୍ଚଳର ଦେବେନ୍ଦ୍ର ମାହାଲି, ପଙ୍କଜ କୁମାର ମାହାଲି, ଜଗନ୍ନାଥ ସିଂ, ସୁଶାନ୍ତ ସିଂ, ବିନୁ ସିଂ ବୋଲି ଜଣାପଡିଛି। ସୂଚନା ଅନୁଯାୟୀ ସନ୍ଧ୍ୟା ୮ଟା ସମୟରେ ବିଶେଷ ସୂତ୍ରରୁ ଖବର ପାଇ ଟିଟିଆ ଛକରେ ଏକ ଅଟୋ ଯୋଗେ ଅଭିଯୁକ୍ତ ହାତୀଦାନ୍ତ ନେଇ ଯାଉଥିବା ସମୟରେ ବନବିଭାଗ ଦ୍ବାରା ଧରା ପଡିଥିବା କହିଛନ୍ତି ବାରିପଦା ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀଧର ବେହେରା।