ରାୟଗଡା,୧୨/୨(ରବି ବୈଦ୍ୟ) : ଏଥିରେ କାଶୀପୁର ବ୍ଲକର ୨୪ଟି ପଞ୍ଚାୟତରୁ ପ୍ରାୟ ୫୦୦ ଆବେଦନକାରୀଙ୍କ ଦରଖାସ୍ତ ଗ୍ରହଣ କରାଯାଇଥିଲା। ଏହି ଜନଶୁଣାଣି ଶିବିରରେ ରାୟଗଡ଼ା ଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରମୋଦ କୁମାର ବେହେରାଙ୍କ ସମେତ ଉପଜିଲ୍ଳାପାଳ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ପ୍ରଧାନ, ଅତିରିକ୍ତ ଏସ॰ପି ରାମ ପ୍ରସାଦ ସାହୁ , ଅମୃତ ଋତୁରାଜ , ଊଜ॰ ଈଖଘ ଚଜଟଝଞଣ ଓ କାଶୀପୁର ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ରୁଆର ଦେଇ ମାଝି ପ୍ରମୁଖ ଉପସ୍ଥିତ ରହିଥିଲେ । ଏଥିସହିତ ଜିଲ୍ଳାର ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନେଇ ଜନଶୁଣାଣି ଶିବିରଟି ଅନୁଷ୍ଟିତ ହୋଇଯାଇଥିଲା। ଏହି ଶିବିରର ମୁଖ୍ୟ ପ୍ରସଙ୍ଗ ମାନଙ୍କ ମଧ୍ୟରେ ପାନୀୟଜଳର ଅବାଭ , ବାସଗୃହ ଓ ଆବଶ୍ୟକତା ଅନୁସାରେ ସରକାରୀ କର୍ମଚାରୀ ବ୍ଲକରେ ନରହିବା କାରଣରୁ ବ୍ଲକର ଉନ୍ନୟନ କାର୍ୟ୍ୟରେ ବାଧାପ୍ରାପ୍ତ ହେଉଥିବା ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ହୋଇଥିଲା। କାଶୀପୁର ବ୍ଲକରେ ୨୪ ଜଣ ରହିବା କଥା କିନ୍ତୁ ଅଛନ୍ତି ମାତ୍ର ୯ ରୁ ୧୦ ଜଣ ଥିଲେ । ଜଣେ ଜଣେ ଠ॰ଖ॰ଡ ୨-୩ ଟି ପଞ୍ଚାୟତର ଦାୟିତ୍ଵରେ ଥିବା ଯୋଗୁଁ ପ୍ରତ୍ୟେକ ପଞ୍ଚାୟତର କାମ ଠିକଭାବରେ ପରିଚାଳନା ହୋଇପାରୁନି। ସେହିପରି ୧୨ ଜଣ କନିଷ୍ଟ ଯନ୍ତ୍ରୀ ଆବଶ୍ୟକ ହେଉଥିବା ବେଳେ ମାତ୍ର ୫ଜଣ କନିଷ୍ଠ ଯନ୍ତ୍ରୀଙ୍କୁ ନେଇ କାଶୀପୁର ବ୍ଲକ ଚାଲିଅଛି । ନୂଆକରି ଗଠନ କରାଯାଇଥିବା ଖୁରୀଗାଁର ପଞ୍ଚାୟତ ପ୍ରେସିଡେଣ୍ଟ ରାଜେନ୍ଦ୍ର ନାଏକ କନିଷ୍ଠ ଯନ୍ତ୍ରି ଠିକ ଭାବରେ କାର୍ୟ୍ୟତୁଲାଇ ପାରୁନଥିବା ଅଭିଯୋଗ କରିଥିଲେ । ଏନେଇ ଜିଲ୍ଳାପାଳଙ୍କ ସହିତ ଯୁକ୍ତିତର୍କ ମଧ୍ୟ କରିଥିଲେ । ସେହିପରି ଚନ୍ଦ୍ରଗିରି ପଞ୍ଚାୟତର ନରେନ୍ଦ୍ର ନାଏକ ୧୫ ଦଫା ଦାବି ନେଇ ଜିଲ୍ଳାପାଳଙ୍କୁ ଅଭିଯୋଗ କରିଥିଲେ । ଯେ କାଶୀପୁର ଠାରେ ପିଇବାକୁ ପଣି ମିଳୁନଥିବା ବେଳେ ପ୍ରଚୁର ପରିମାଣରେ ଦେଶୀମଦ ମିଳୁଛି । ସେହିପରି ପଞ୍ଚାୟତ ସମିତିର ସମିତିସଭ୍ୟା ତାଙ୍କ ଅଜାଣତରେ ଏହି କାମ କରାଯାଉଥିବା ଅଭିଯୋଗ କରିଥିଲେ । ସେହିପରି କଂସାରୀଗୁଡା ଠାରେ ୮୦୦୦ କୋଟି ଟଙ୍କାର ପ୍ରକଳ୍ପ କେବେ ଆରମ୍ଭ ହେବ ବୋଲି ଜିଲ୍ଲାପାଳଙ୍କୁ ଲିଖିତ ଭାବେ ପଚାରି ଥିଲେ ।