ବରଗଡ,୧୨/୨(ରାକେଶ କୁମାର ଦାଶ ): ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ଅଞ୍ଚଳରେ ବିଭିନ୍ନ ସମୟରେ ବହୁ ମୂଲ୍ୟ ଚନ୍ଦନ ଗଛ ଚୋରି ହୋଇ ଯାଉଥିବା ଅଭିଯୋଗ ହୋଇଥିବା ବେଳେ ପୁଣି ଆଉ ୫ଟି ଚନ୍ଦନ ଗଛ ଚୋରି ହୋଇଥିବା ପାଇକମାଳ ଥାନାରେ ଅଭିଯୋଗ ହୋଇଛି। ଶ୍ରୀ ନୃସିଂହନାଥ ଆୟୁର୍ବେଦ କଲେଜ ପରିସରରୁ ୪ଟି ଓ ନୃସିଂହନାଥ ବନାଞ୍ଚଳ ବନ ବିଭାଗ ବଗିଚାରୁ ୫ଟି ମୋଟ ୯ ଗୋଟି ଚନ୍ଦନ ଗଛ ଚୋରି ହୋଇଛି । ପୂର୍ବରୁ ୪ ଥର ଚୋରି ହୋଇଥିଲା । କିନ୍ତୁ ଏହା ଏ ପର୍ଯ୍ୟନ୍ତ ଚନ୍ଦନ ଗଛ ଚୋରି ରାକେଟ ଧରା ପଡି ନାହାନ୍ତି । କଲେଜ ପରିସରରେ ତଥା ବନ ବିଭାଗର ବଗିଚାରୁ ରାତ୍ର ଜଗୁଆଳି ଓ ଆଲୋକ, ସିସିଟିଭି ବ୍ୟବସ୍ଥା ଥିବା ସତ୍ତ୍ୱେ ଚୋର ମାନେ କେମିତି ଏତେ ସଂଖ୍ୟକ ଚନ୍ଦନ ଗଛ ଚୋରି କରି ନେଉଛନ୍ତି ବୋଲି ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି । ଏ ସଂପର୍କରେ ଅଭିଯୋଗ ହେବା ପରେ ପାଇକମାଲ ଥାନା ଅଧିକାରୀ ବିଶ୍ଵଜିତ ମନବୋଧ ଚୋରି ହୋଇଥିବା ଚନ୍ଦନ ସ୍ଥାନ ଓ ସିସିଟିଭି କ୍ୟାମେରା ଦେଖିବାକୁ ଯାଇ ତଦନ୍ତ ଜାରି ରଖିଥିବା ଜଣାଯାଇଛି