କାଡିନିପାଡୁଗ୍ରାମରେ ଆନନ୍ଦ ଉଲ୍ଲାସରେ ପାଳିତ ହେଲା ଗଜପର୍ବ

315
ADVERTISEMENT

ରାୟଗଡା,୯/୨(ଆମସା ହେପ୍ରୁକା) : କଲନରା ବ୍ଳକ୍ ର କାଡିନିପାଡୁ ଗ୍ରାମରେ ଆଜି ଗଜପର୍ବଟି ଆନନ୍ଧ ଓ ଖୁସି ଏବଂ ଶାନ୍ତି ସହ ଶେଷ ହୋଇଛି । ଏହି ଗ୍ରାମର ମୋଟ ଘର ସଂଖ୍ୟା ମାତ୍ର‐୫୦ ଟି ଅଟେ । ଆଦିବାସୀ ମାନଂକର ପରମଂପରା ଅନୁଯାଇ ଏହି ଗଜପର୍ବ ପଳନ କରାଯାଉଥିବା କୁହାଯାଈଛି । ତେଣୁ ଏହି ପର୍ବ ପ୍ରତି ୩ ବର୍ଷ କିମ୍ବା ୫ ବର୍ଷ ଅନ୍ତରରେ ଏହି ଗଜପର୍ବଟି ପଳନ କରାଯାଏ ବୋଲି ଗ୍ରାମବାସୀ କହୁଛନ୍ତି । ଏହି ପର୍ବ ପଳନ କରିବା ଦ୍ବାରା ଗ୍ରାମର ଲୋକେ ରୋଗ ବେମାରରୁ ରକ୍ଷାପାଇଥିନ୍ତି ଓ ଜମିରେ ମଧ୍ୟ ଅଧୀକ ଫସଳ ଫଳିଥାଏ ବୋଲି ଲୋକଂକ ବିଶ୍ବାସ ରହିଛି । ତେଣୁ ଲୋକେ ପ୍ରତିଘର ପିଛା ୨୦୦୦ ଟଂକା ଲେଖାଏଁ ଚାନ୍ଦା ଆଦାୟ କରିଥାନ୍ତି । ଏହି ପୂଜା ଜାଂକେରି ଦେବୀଙ୍କ ନାମରେ ପାଳିତ ହୋଇଥାଏ । ଏହି ପର୍ବର ମୁଖ୍ୟ ନାୟକ ହେଉଛନ୍ତି ( ଦିସାରି ) ବା ପୂଜାରି । ତେଣୁ ଗ୍ରାମର ଲୋକ ମାନେ ଏହି ଦିନରେ ନିଜର କୁଣିଆ ବନ୍ଧୁବାନ୍ଧବ ମାନଂକୁ ନିମତ୍ରଣ ଭୋଜି ଭାତ କରି ଏକାଟି ହୋଇ ଖୁସି ଅନୁଭବ କରିଥାନ୍ତି।

Advertisement