ମୟୂରଭଞ୍ଜ,୩୧/୦୧(ସୀତାରାମ ଦୀକ୍ଷିତ) : ଝାରପୋଖରୀଆ ପୋଲିସକୁ ମିଳିଛି ବଡ଼ ସଫଳତା। ତହସିଲଦାରଙ୍କୁ ଆକ୍ରମଣରେ ଜଡିତ ୪ଜଣ ଯୁବକ ଗିରଫ। ସୂଚନା ଅନୁସାରେ ଗତ ୨୯ତାରିଖ ରାତି ୧୧ଟାରେ ବିଶେଷ ସୂତ୍ରରୁ ଖବର ପାଇ ଆଡିସନାଲ ତହସିଲଦାର ବାଲି ବୋଝେଇ ଟ୍ରାକ୍ଟରକୁ ପିଛା କରୁଥିବା ବେଳେ ୮ରୁ ୧୦ ଜଣ ଯୁବକ ଗାଡିକୁ ଅଟକାଇ ଡ୍ରାଇଭର ଏବଂ ଆଡିସନାଲ ତହସିଲଦାରଙ୍କୁ ଅତର୍କିତ ଭାବେ ମରଣାନ୍ତକ ଆକ୍ରମଣ କରିଥିଲେ। ଏଥିସହ ବ୍ୟବହାର କରିଥିବା ସ୍କର୍ପିଓ ଗାଡିକୁ ଭଙ୍ଗାରୁଜା କରିଥିଲେ। ପରେ ଝାରପୋଖରୀଆ ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ ତହସିଲଦାର। ଅଭିଯୋଗ ଆଧାରରେ ଝାରପୋଖରୀଆ ପୋଲିସ ତଦନ୍ତ କରି ଘଟଣାରେ ଜଡିତ ୪ଜଣ ଯୁବକଙ୍କୁ ଗିରଫ କରିଛି । ଗିରଫ ଯୁବକ ମାନେ ହେଲେ ଆଶିଷ କୁମାର ଘୋଷ,ଅର୍ଧେନ୍ଦୁ ନାୟକ,ସୋମେନ ଭଦ୍ରା ଓ ଅଜୟ ପାଇକରାୟ।
ଆଜି ଏସଡିପିଓ କେ କେ ହରିପ୍ରସାଦ ଏକ ସାମ୍ବାଦିକ ସମ୍ମିଳନୀ ଡକାଇ ଏହି ଗିରଫ ଚାରି ଜଣଙ୍କ ବାବଦରେ ସୂଚନା ପ୍ରଦାନ କରିଥିଲେ। ତେବେ ଘଟଣାରେ ସଂପୃକ୍ତ ଅନ୍ୟ ୫ଜଣ ଏବେବି ଫେରାର ରହିଥିବାରୁ ସେମାନଙ୍କୁ ଧରିବାକୁ ପୋଲିସ ଉଦ୍ୟମ ଜାରି ରଖିଛି ବୋଲି କହିଥିଲେ।