ବରଗଡ଼,୩୦।୧(କୁଞ୍ଜବିହାରୀ ସାହୁ): ଭେରୁଆମୁଣ୍ଡା ବିଦ୍ୟାଳୟର ସଂସ୍ଥା ଶ୍ରେଣୀର ଦିବ୍ୟାଙ୍ଗ ଛାତ୍ର ଜଗନ୍ନାଥ ତାଣ୍ଡୀ । ଜନ୍ମର ତାଙ୍କର କାନ୍ଧର ତଳକୁ ହାତ ନାହିଁ କି ଗୋଡ ମଧ୍ୟ ନାହିଁ ହେଲେ ତାଙ୍କର ନୃତ୍ୟରେ କୌଣସି ସାଧାରଣ ପିଲାର ନୃତ୍ୟରୁ କମ ନାହିଁ । ସେ ଗୀତର ତାଳେ ତାଳେ ନାଚିବା ସହ ସଠିକ ଭାବରେ ମୁହଁ ଭଙ୍ଗୀ ମଧ୍ୟ ଉପସ୍ଥାପନା କରୁଛନ୍ତି । ଭେରୁଆମୁଣ୍ଡା ବିଦ୍ୟାଳୟରେ ହୋଇଥିବା ବାର୍ଷିକ ଉତ୍ସବରେ ସେ ନାଚିଥିବା ଦେଖିବାକୁ ମିଲିଥିଲା । ସେ ସେହି ଗୀତର ସଠିକ ତାଲେ ତାଲେ ନାଚିଥିଲେ ଏବଂ ସମସ୍ତ ଛାତ୍ରଛାତ୍ରୀ ତଥା ଶିକ୍ଷକ ମାନଙ୍କ ମନମୋହିନେଇଥିଲେ । ଯାହା ଲୋକଙ୍କ ମନକୁ ଛୁଇ ନେଇଛି । ସମସ୍ତେ ଶିଶୁଟିର ଆତ୍ମବିଶ୍ୱାସ ଓ ନୃତ୍ୟକୁ ପ୍ରଶଂସା କରୁଛନ୍ତି ।