ବର୍ଷା ସହ ଘୁର୍ଣ୍ଣିଝଡ

206
ADVERTISEMENT

 ମୟୂରଭଞ୍ଜ,୩୦ /୧( ସୀତାରାମ ଦୀକ୍ଷିତ): ସତ ହେଲା ପାଣିପାଗ ବିଭାଗର ପୂର୍ବ ସୂଚନା। ଅଦିନିଆ ବର୍ଷା ସହ ମାଡିଆସିଲା ଘୁର୍ଣ୍ଣିଝଡ। ବଡ ବଡ ଗଛ ଭାଙ୍ଗି ରାସ୍ତାରେ ଗଡି ପଡିଥିବା ବେଳେ କୋଉଠି ଘରର ଚାଳଛପର ଉଡାଇ ନେଇଛି। ତେବେ ଏ ତାଣ୍ଡଵ ମାତ୍ର କେଇ ମୁହୂର୍ତ୍ତର । ମୟୁରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଳକ ଅନ୍ତର୍ଗତ  ଚିତ୍ରଡା ଗାଁରେ ଦେଖିବାକୁ ମିଳିଛି। ହଠାତ ପ୍ରବଳ ବର୍ଷା ସହ ପବନ ଆରମ୍ଭ ହୋଇ ଘୁର୍ଣ୍ଣିଝଡର  ରୂପ ନେଇଥିଲା। ୩ଟି ଘରର ଆଜବେଷ୍ଟସ, ଚାଳ ଛପର ଭାଙ୍ଗି ଯାଇଛି। ଘଟଣାସ୍ଥଳରେ ରାଜସ୍ୱ ବିଭାଗର ଅଧିକାରୀମାନେ ପହଞ୍ଚି ତଦନ୍ତ କରି କ୍ଷୟକ୍ଷତି ଆକଳନ କରୁଛନ୍ତି।

Advertisement