କୁଧେରେନପାଲି ବିଦ୍ୟାଳୟରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା

395
ADVERTISEMENT

ବରଗଡ଼,୨୭/୧(କୁଞ୍ଜ ବିହାରୀ ସାହୁ ): ପାଇକମାଳ ବ୍ଲକ୍ ଲଖମରା ଗ୍ରାମ ପଞ୍ଚାୟତ ଅଧୀନସ୍ଥ କୁଧେରେନ୍ ପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ନାରାୟଣ ସାହୁଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉତ୍ସବର ସାଧାରଣ ସଭାରେ ମୁଖ୍ୟ ଅତିଥି ଭାବେ ପାଇକମାଳ ବ୍ଲକ୍ ଶିକ୍ଷା ଅଧିକାରୀ ଶ୍ରୀ ଚୂଡ଼ାମଣି ବାରିକ୍ ଯୋଗ ଦେଇ ଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ସହ ବ୍ଲକ୍ ଶିକ୍ଷା ଅଧିକାରୀ ଶ୍ରୀ କୁବେର ରଣା ଓ ସୁରେନ୍ଦ୍ର କୁମାର ପୁରୋହିତ ଯୋଗ ଦେଇଥିବା ବେଳେ ଲଖମରା କ୍ଲଥ ସି. ଆର.ସି.ସି.ସୁବାଷ ଚନ୍ଦ୍ର ସାହୁ ମଞ୍ଚ ପରିଚାଳନା କରିଥିଲେ।ମୁଖ୍ୟ ଅତିଥି ଶ୍ରୀ ବାରିକ କ୍ରୀଡ଼ା କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଥିବା ଛାତ୍ରଛାତ୍ରୀ ମାନଙ୍କ ଭୂମିକା ଉପରେ ଆଲୋକପାତ କରିଥିଲେ ଆଗାମୀ ଭବିଷ୍ୟତ ନିମନ୍ତେ ଆଜିର ଛାତ୍ରଛାତ୍ରୀ ମାନେ ନିଜକୁ ଗଢି ତୋଳିବାକୁ ପରାମର୍ଶ ପ୍ରଦାନ କରିଥିଲେ।।ସହ ଶିକ୍ଷା ଅଧିକାରୀ ଶ୍ରୀ ରଣା ଗପ ଓ ଗୀତ ମାଧ୍ୟମରେ ଉଦାହରଣ ଦେଇ ଆଜି କାର ଛାତ୍ର ଛାତ୍ରୀ ମାନେ ଉଜ୍ଜଳ ଭବିଷ୍ୟତ ଗଢ଼ି ତୋଳିବାକୁ ଦିଗ୍ ଦର୍ଶନ ପ୍ରଦାନ କରିଥିଲେ। କ୍ରୀଡ଼ା ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ମାନପତ୍ର ଓ ଟ୍ରଫି ଦେଇ ସମ୍ମାନିତ କରିଥିଲେ। ଉତ୍ସବରେ ସ୍କୁଲ ପରିଚାଳନା କମିଟି ସଦସ୍ୟ ଓ ଗ୍ରାମବାସୀ ମାନେ ଉପସ୍ଥିତ ଥିବା ବେଳେ ପରିଶେଷରେ ଶିକ୍ଷୟିତ୍ରୀ ପଦ୍ମିନୀ ଗଡତିଆ ଧନ୍ୟବାଦ୍ ଅର୍ପଣ କରିଥିଲେ।

Advertisement