ବରଗଡ଼, ୨୭/୧(ରାକେଶ କୁମାର ଦାସ ) : ବରଗଡ ଜିଲ୍ଲା ପଦ୍ମପୁରରେ ଆଜି ଉପଜିଲ୍ଲାପାଳଙ୍କ ତତ୍ୱାବଧାନରେ ୭୧ତମ ସାଧାରଣ ତନ୍ତ୍ର ଦିବସ ପାଳିତ ହୋଇଥିଲା । ପଦ୍ମପୁର ଏସ ଡି.ପି .ଓ ଶ୍ରୀଯୁକ୍ତ ପ୍ରଦୀପ କୁମାର ସାହୁ I.I.C ଶ୍ରୀଯୁକ୍ତ ଏମ.ଆର. ପ୍ରଧାନ ଯୋଗ ଦେଇ ଥିଲେ, ମୁଖ୍ୟ ଅତିଥି ଉପଜିଲ୍ଲାପାଳ ଶ୍ରୀଯୁକ୍ତ ତନ୍ମୟ କୁମାର ଡର୍ବାନ ଯୋଗ ଦେଇ ଜାତୀୟ ପତାକା ଉତୋଳନ କରିଥିଲେ ଏବଂ ସାଧାରରଣ ତନ୍ତ୍ର ଉପରେ ନିଜର ଭାବନା ପ୍ରକାଶ କରିଥିଲେ, ପରେ ପଦ୍ମପୁର ଉପଖଣ୍ଡର ସମସ୍ତ ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନେ ପ୍ୟାରେଡ଼ରେ ଯୋଗ ଦେଇ ସାଧାରଣତନ୍ତ୍ର ଦିବସକୁ ଉପଭୋଗ କରିଥିଲେ, କୁନି କୁନି ଛାତ୍ର ଛାତ୍ରୀ ମାନେ ଦେଶାତ୍ମବୋଧକ ସାଂସ୍କୃତିକ ନୃତ୍ୟ ପରିବେଷଣ କରି ସମସ୍ତ ଦର୍ଶକ ବୃନ୍ଦଙ୍କୁ ମନମୁଗ୍ଧ କରିଥିଲେ ଶେଷରେ ଉପଜିଲ୍ଲାପାଳ ମହୋଦୟ କୃତି ଛାତ୍ର ଛାତ୍ରୀ ମାନଙ୍କୁ ପରିସ୍କୃତ କରି ଥିଲେ।