ପଦ୍ମପୁର,୨୪/୧(କୁଞ୍ଜବିହାରୀ ସାହୁ ) : ସ୍ଥାନୀୟ ରାଜବୋଡାସମ୍ବର ହାଇସ୍କୁଲରେ ପ୍ରଧାନଶିକ୍ଷକ ସରୋଜ କୁମାର ଭୁଏଙ୍କ ଅତିଥ୍ୟରେ ନେତାଜୀ ଓ ବୀର ସୁରେନ୍ଦ୍ର ସାଏ ଜୟନ୍ତୀ ହୋଇଯାଇଛି । ଦୁଇ ବୀର ପୁରୁଷଙ୍କ ବିଷୟରେ ଓଡିଆ ଶିକ୍ଷକ କ୍ଷୀରସିନ୍ଧୁ ସୁନା ଦେଶ ଗଠନରେ ସେମାନଙ୍କ ଭୂମିକାକୁ ଆଲୋକପାତ କରିଥିଲେ । ପରେ ପରେ ବିଦ୍ୟାଳୟର ଏନସିସି ଛାତ୍ର ମାନଙ୍କୁ ନୂତନ ପୋଷାକ ବଣ୍ଟନ କରଯାଇଥିଲା । ଏହାକୁ ଏନସିସି ଅଧିକାରୀ ମୋହନ ବନଛୋର ପରିଚାଳନା କରିଥିଲେ । ବିଦ୍ୟାଳୟର ସୁନୀଲ ସିହ୍ନା , ଜିତେନ୍ଦ୍ର ପଣ୍ଡା, ଅଭିଳାଷ ସାହୁ, ହରେକୃଷ୍ଣ ମେହେର, ପ୍ରଶାନ୍ତ ସାହୁ ,ଦୀପକ ତିଵାରୀ, କୃଷ୍ଣ ପଧାନ, ପଦ୍ମନାଭ ବୁଡେକ, ନନ୍ଦଗୋପାଳ ବନଛୋର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଶେଷରେ ଗଙ୍ଗାଧର ମହାନ୍ତି ଧନ୍ୟବାଦ ପ୍ରଦାନ କରିଥିଲେ ।
