ପଦ୍ମପୁର ,୨୩/୧(କୁଞ୍ଜ ବିହାରୀ ସାହୁ ) :ପାଇକମାଲ ବ୍ଳକ ଛିନ୍ଦେଇକେଲା ମାମୁନ ପବ୍ଲିକ ସ୍କୁଲ ତୃତୀୟ ବାର୍ଷିକ ଉତ୍ସବ ଉଦଯାପିତ ହୋଇଯାଇଛି। ବିଦ୍ୟାଳୟର ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ୍ତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ତୃତୀୟ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ଶିକ୍ଷକଜଗମନ ଅତିଥିଙ୍କ ପରିଚୟ ପ୍ରଦାନ କରିଥିଲେ। ବିଦ୍ୟାଳୟ ଅଧ୍ୟକ୍ଷ ପ୍ରମୋଦ କୁମାର ଦାଶ ବାର୍ଷିକ ବିବରଣୀ ପାଠ କରିଥିଲେ। ଏହି ବାର୍ଷିକ ଉତ୍ସବ ସଭାରେ ମୁଖ୍ଯ ଅତିଥି ଭାବେ କୁରୁମପୁରି ଜୁନିଅର କଲେଜ ଅଧ୍ୟକ୍ଷ ଡଃ ଅଶୋକ କୁମାର ପଟ୍ଟନାୟକ, ମୁଖ୍ଯବକ୍ତା ଭାବେ ଆରକେ ଇଂଲିଶ ମିଡିଅମ ସ୍କୁଲ ପ୍ରିନସିପାଲ ସହଦେବ ମେହେର, ସମ୍ମାନିତ ଅତିଥି ଭାବେ ଛିନ୍ଦେଇକେଲା ସରପଞ୍ଚ ରାମଚନ୍ଦ୍ର ସାହୁ,ଭୀମସେନ ସାହୁ,ଦିଲୀପ ସାହୁ, ବଳଦେବ ସେଠ,ସ୍ବତନ୍ତ ସାହୁ,ପତିତପାଵନ ସାହୁ,ରାମ କିଶନ ହଂସ,ପ୍ରମୋଦ ସାହୁ, ପ୍ରମୋଦ କୁମାର ଦାଶ ପ୍ରମୁଖ ଯୋଗଦେଇ ଥିଲେ। ବାର୍ଷିକ କ୍ରୀଡାର ସମସ୍ତ ବିଜୟୀ ଛାତ୍ର ଛାତ୍ରୀ ମାନଙ୍କୁ ସମସ୍ତ ଅତିଥିଙ୍କ ଦ୍ଵାରା ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା। ଶିକ୍ଷୟିତ୍ରୀ ଗଣ ଲୋପାମୁଦ୍ରା ରଣା, ଅହଲ୍ୟା ମାଝୀ,ମଞ୍ଜୁଲତା ପ୍ରଧାନ, ଲିଲିମା କଲେତ ପ୍ରମୁଖ ଉଦଘାଟନୀ ଗୀତ ଗାନ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ସହାୟତା କରିଥିଲେ ଶିକ୍ଷକ ଲଳିତ ନାଗ,ସତ୍ଯବାନ ଧରୁଆ, କବିରାଜ ସାହୁ, ଭକ୍ତବନ୍ଧୁ ବାଗ,ଦୟାନନ୍ଦ ମାଝୀ, ଆଶିଷ ରଣା,ସୁଦର୍ଶନ ବେନିଆଁ ପ୍ରମୁଖ। ଶେଷରେ ସ୍କୁଲର ସଂପାଦକ ଅଶ୍ବିନୀ କୁମାର ସାହୁ ସମସ୍ତଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ।
